ETV Bharat / sitara

ଓସ୍କାର ଭୋଟିଂ ପାଇଁ ହ୍ରିତିକ-ଆଲିୟାଙ୍କୁ ମିଳିଲା ନିମନ୍ତ୍ରଣ

author img

By

Published : Jul 1, 2020, 5:54 PM IST

ଏଥର ଓସ୍କାର ଭୋଟିଂ କରିପାରନ୍ତି ବଲିଉଡର ଦୁଇ ଫେମସ ଷ୍ଟାର୍ସ । ଏହାର ସୂଚନା ଦେଲେ ନିର୍ମାତା ମିଲାପ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନ ଓ ଆଲିୟା ଭଟ୍ଟଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଏହି ଦୁଇ ଷ୍ଟାର୍ସଙ୍କୁ ଏକାଡେମୀ ଅଫ ମୋଶନ ପିକ୍ଚର ଆର୍ଟସ ଆଣ୍ଡ ସାଇନ୍ସସରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ଯଦି ଆଲିୟା, ହ୍ରିତିକ ଏହି ନିମନ୍ତ୍ରଣକୁ ସ୍ବୀକାର କରୁଛନ୍ତି ତେବେ ଏବର୍ଷ ଓସ୍କାର ପୁରସ୍କାର ପାଇଁ ଦୁଇଜଣଙ୍କୁ ଭୋଟ ଦେବା ଅଧିକାର ମିଳିବ ।

819 ଲୋକ ମଧ୍ୟରେ ଡକ୍ୟୁମେଣ୍ଟ୍ରି ଫିଲ୍ମ ନିର୍ମାତା ନିଷ୍ଠା ଜୈନ ଓ ଅମିତ ମଧୋଶିୟା, ଡିଜାଇନର ନୀତା ଲୁଲ୍ଲା, କାଷ୍ଟିଂ ଡାଇରେକ୍ଟର ନନ୍ଦିନୀ ଶ୍ରୀକାନ୍ତ, ଭିଜୁଆଲ ଇଫେକ୍ଟସ ସୁପରଭାଇଜର ବିଶାଲ ଆନନ୍ଦ ଓ ସନ୍ଦୀପ କମଲଙ୍କୁ ମଧ୍ୟ ଏକାଡେମୀ ନିମନ୍ତ୍ରଣ କରିଛି ।

ଏହାର ସୂଚନା ଫେମସ ନିର୍ମାତା ମିଲାପ ଜାଭେରୀ ଟ୍ବିଟରରେ ଦେଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ଶାନଦାର, ଯୋଗ୍ୟ । ହ୍ରିତିକ ଓ ଆଲିୟା ଦୁଇ ପ୍ରତିଭାଶାଳୀ ସୁପରଷ୍ଟାର୍ସ । ସେ ଏକାଡେମୀକୁ ଶାନଦାର ସେବା ଯୋଗାଇବେ ।’

ପ୍ରକାଶ ଥାଉକି 2021ରେ ଓସ୍କାରର ଆୟୋଜନ ଏପ୍ରିଲ 25ରେ କରାଯିବ । ପୂର୍ବରୁ ଫେବୃଆରୀ 28 ତାରିଖ ନିର୍ଦ୍ଧାରିତ କରାଯାଇଥିଲା । ହେଲେ ପରେ ଏହାକୁ ପରିବର୍ତ୍ତନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.