ମୁମ୍ବାଇ: 2006ରେ ରିଲିଜ ହୋଇଥିବା ଫିଲ୍ମ ‘36 ଛାଇନା ଟାଉନ’ର ପପୁଲାର ଗୀତ ‘ଆଶିକି ମେଁ ତେରୀ’କୁ ରିକ୍ରିଏଟ କରାଯାଇ ରିଲିଜ କରାଯାଇଛି । ଫେମସ ସଙ୍ଗୀତକାର, ଅଭିନେତା ହିମେଶ ରେଶମିୟା ଓ ରାନୁ ମଣ୍ଡଲଙ୍କ କଣ୍ଠରେ ଶୁଣିବାକୁ ମିଳୁଛି ଏହି ଗୀତ । ରିଲିଜ ହେବା ମାତ୍ରେ ଗୀତକୁ ଲକ୍ଷରୁ ଅଧିକ ଦର୍ଶକ ୟୁଟ୍ୟୁବରେ ଦେଖିସାରିଲେଣି । ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇଯାଇଛି ଏହି ଗୀତ ।
- " class="align-text-top noRightClick twitterSection" data="">
ରାନୁ ଓ ହିମେଶଙ୍କ ଏହି ଗୀତ ତାଙ୍କ ଆଗାମୀ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହୀର’ର ପାର୍ଟି ସଙ୍ଗ । ହିମେଶ ଗୀତରେ ପୁଣିଥରେ ପୁରାଣା କ୍ୟାପ ଲୁକରେ ନଜର ଆସୁଛନ୍ତି । ପ୍ରକାଶ ଥାଉକି ହିମେଶଙ୍କ ଏହି ଫିଲ୍ମରେ ରାନୁ ତିନୋଟି ଗୀତ ଗାଇସାରିଲେଣି । ଯାହାର ରେକର୍ଡିଂର ଅନେକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।
ପୂର୍ବିରୁ ରିଲିଜ ହୋଇଥିବା ‘ତେରି ମେରି କାହାନୀ’ ଏତେ ଲୋକପ୍ରିୟ ହୋଇଥିଲା ଯେ ଏବେ ମଧ୍ୟ ଦର୍ଶକଙ୍କ ଓଠରେ ଶୁଣିବାକୁ ମିଳୁଛି । ‘ହାପି ହାର୍ଡି ଆଣ୍ଡ ହୀର’ ଫିଲ୍ମଟି ଡିସେମ୍ବର 27ରେ ରିଲିଜ ହେବାକୁ ଯାଉଛି । ଏହା ଏକ ରୋମାଣ୍ଟିକ, ଆକ୍ସନ ଫିଲ୍ମ ।