ସିମଲା: ଅଭିନେତା ସୁଶାନ୍ତ ସିଂ ମାମଲାରେ ଦେଇଥିବା ବୟାନ ପାଇଁ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କଲେ ହିମାଚଳ ସରକାର ।
ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ, କଙ୍ଗନାଙ୍କ ବାପା ତାଙ୍କ ସୁରକ୍ଷା ବୃଦ୍ଧି ପାଇଁ ଚିନ୍ତା ପ୍ରକଟ କରିଥିଲେ । ଯାହା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ଏଥି ସହ ଜୟରାମ ସରକାର ବିଧାନସଭାରେ ବିରୋଧୀ ଦଳ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଯେଉଁ ଭାଷା ଏବଂ ଶୈଳୀରେ ବିରୋଧୀ ଗୃହରେ ପ୍ରସଙ୍ଗ ଉଠାଇବେ, ସରକାର ମଧ୍ୟ ସେହିଭଳି ଜବାବ ଦେବେ।
କଙ୍ଗନା ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ଯୁଦ୍ଧ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ଏକ ଗଣମାଧ୍ୟମ ବୟାନରେ ସଞ୍ଜୟ କଙ୍ଗନାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା।
ଏହା ପରେ ସଞ୍ଜୟଙ୍କ ଟ୍ବିଟରରେ ଜାରି କରାଯାଇଥିବା ଭିଡିଓରେ କଙ୍ଗନା ପ୍ରତିକ୍ରିୟା ଦେଇଥିଲେ। କଙ୍ଗନା ସଞ୍ଜୟଙ୍କୁ ମନେ ପକାଇ ଦେଇଛନ୍ତି ଯେ,ସଞ୍ଜୟ ଜୀ...ମୁଁ ସେପ୍ଟେମ୍ବର 9 ରେ ମୁମ୍ବାଇ ଆସୁଛି । ତୁମର ଲୋକ ମୋତେ ହତ୍ୟା କରିବାକୁ କହିଛନ୍ତି, ତେବେ ତୁମେ କେବଳ ସେପ୍ଟେମ୍ବର 9 ରେ ମୁମ୍ବାଇରେ ସାକ୍ଷାତ କର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ