ନୂଆଦିଲ୍ଲୀ: ପୁଣି ଥରେ ପରଦାରେ ଦେଖିବାକୁ ମିଳିବ ସୁପରଷ୍ଟାର ସଲମାନ ଖାନ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଯୋଡି । ସଲମାନ ଏବଂ କ୍ୟାଟ୍ରିନା ନିଜର ସୁପରହିଟ ଫିଲ୍ମ ଟାଇଗର ଫ୍ରାଞ୍ଚାଇଜର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ।
ଖବର ଅନୁଯାୟୀ, ମାର୍ଚ୍ଚ 2021ରୁ ଉଭୟ ଟାଇଗର-3ର ସୁଟିଂ ଆରମ୍ଭ କରିବେ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସଲମାନ ଅନ୍ତିମ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି ।
ତେବେ ଖବର ଅନୁଯାୟୀ, ସଲମାନ ଆସନ୍ତା ବର୍ଷ ମାର୍ଚ୍ଚ ତୃତୀୟ ସପ୍ତାହରୁ କ୍ୟାଟ୍ରିନାଙ୍କ ସହ ଅଲି ଅବ୍ବାସ ଜଫ୍ରରରଙ୍କ ଟାଇଗର-3ର ସୁଟିଂ ଆରମ୍ଭ କରିବେ।
କହିବାକୁ ଗଲେ, ସଲମାନ ଏବଂ କ୍ୟାଟ୍ରିନା ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି ଏବଂ ଉଭୟଙ୍କର କେମେଷ୍ଟ୍ରି ଫ୍ୟାନ୍ସମାନେ ବହୁ ପସନ୍ଦ ମଧ୍ୟ କରନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ