ETV Bharat / sitara

69 ବର୍ଷରେ ଶବାନା ଆଜମୀ - ବଲିଉଡ ଅଭିନେତ୍ରୀ ଶବାନା ଆଜମୀ

ଜନ୍ମଦିନ ପାଳନ କରୁଛନ୍ତି ପ୍ରସିଦ୍ଧ ଅଭିନେତ୍ରୀ ଶବାନା ଆଜମୀ । 69 ବର୍ଷରେ ପାଦ ଦେଇଥିବା ଶବାନା ପ୍ରଥମ ଫିଲ୍ମରେ ହିଁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଥିଲେ ।

ଡିଜାଇନ ଫଟୋ
author img

By

Published : Sep 18, 2019, 1:59 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଶବାନା ଆଜମୀ ହିନ୍ଦି ସିନେମାର ଜଣେ ବରିଷ୍ଠ କଳାକାର । ସମସ୍ତ ଚରିତ୍ରରେ ନିଜକୁ ବେଶ ଭଲ ଭାବରେ ମିଶାଇପାରୁଥିବା କଳାକାର ଜଣେ । ଆଜିବି ସିନେମାରେ ସେ ସେତିକି ସକ୍ରିୟ । ଶବାନା ପାଳନ କରୁଛନ୍ତି ନିଜର 69ତମ ଜନ୍ମଦିନ । ପ୍ରସିଦ୍ଧ ଲେଖକ ତଥା ଗୀତିକାର ଜାଭେଦ ଅଖତରଙ୍କ ପତ୍ନୀ ହେଉଛନ୍ତି ଶବାନା ।

shabana azmi
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ

ମୁମ୍ବାଇର କୁଇନ ମେରୀ ସ୍କୁଲରେ ମନୋବିଜ୍ଞାନରେ ଗ୍ରାଜୁଏଟ ହାସଲ କରିଛନ୍ତି । ଜାଭେଦ ଅଖତରଙ୍କ ଏହା ଦ୍ବିତୀୟ ବିବାହ । ପ୍ରଥମେ ସେ ହନି ଇରାନୀଙ୍କୁ ବିବାହ କରିଥିଲେ । ପରେ ଶବାନାଙ୍କୁ ଭଲପାଇବା ପରେ ଇରାନୀଙ୍କୁ ଛାଡପତ୍ର ଦେଇଥିଲେ ।

1973 ମସିହାରେ ‘ଅଙ୍କୁର’ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଥମ ଫିଲ୍ମରେ ହିଁ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବରେ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ‘ଅମର ଅକବର୍ ଆନ୍ଥୋନି’, ‘ପରବରିଶ୍’, ‘ ମେ ଆଜାଦ ହୁଁ ’ ଭଳି ଫିଲ୍ମରେ ସେ ଅଭିନୟ କରିଛନ୍ତି । 2016ରେ ‘ନିରଜା’ ଫିଲ୍ମରେ ସୋନମ କପୁରଙ୍କ ମା ଭୂମିକାରେ ଅଭିନୟ କରି ଅନେକ ପ୍ରସଂଶା ସାଉଁଟିଥିଲେ ସେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.