ହାଇଦ୍ରାବାଦ: ଫେମିନା ମିସ ଇଣ୍ଡିଆ ତାଜ ପିନ୍ଧିଥିବା ନେହା ଧୁପିଆ 39ତମ ଜନ୍ମଦିନ ପାଳନ କରୁଛନ୍ତି । 1980 ଅଗଷ୍ଟ 27ରେ କୋଚିରେ ଜନ୍ମଦେଇଥିବା ନେହା ବିବାହ ପୂର୍ବରୁ ହିଁ ଗର୍ଭବତୀ ଥିଲେ । ପରେ 2018 ମେ 10ରେ ଅଭିନେତା ଅଙ୍ଗଦ ବେଦୀଙ୍କୁ ବିବାହ କରିଥିଲେ ।
‘ଟାଇଗର ଜିନ୍ଦା ହେ’ ଅଭିନେତା ଅଙ୍ଗଦ, ନେହାଙ୍କୁ ପ୍ରଥମ ଥର ଜିମ୍ରେ ଦେଖିଥିଲେ । ସେତେବେଳେ ଅଙ୍ଗଦ ଦିଲ୍ଲୀରେ ଅଣ୍ଡର-19 କ୍ରିକେଟ ଦଳ ପାଇଁ ଖେଳୁଥିବା ବେଳେ ନେହା ଫେମିନା ମିସ ଇଣ୍ଡିଆ ପାଇଁ ପ୍ରସ୍ତୁତ ହେଉଥିଲେ ଓ ପ୍ରଥମ ଦେଖାରୁ ଅଙ୍ଗଦଙ୍କୁ ପ୍ରେମ ହୋଇଯାଇଥିଲା । ପରେ ଦୁହେଁ ମୁମ୍ବାଇରେ ଦେଖା ହୋଇଥିଲେ ଆଉ ପରସ୍ପର ସହ ମିଶିବା ଆରମ୍ଭ କଲେ ।
କିଛି ବର୍ଷ ପରେ ଏହା ପ୍ରେମ ସମ୍ପର୍କରେ ପରିବର୍ତ୍ତିତ ହୋଇଥିଲା ଓ ପ୍ରଥମେ ଦୁହେଁ ନେହା ଗର୍ଭବତୀ ଥିବା କଥା ସ୍ବୀକାର କରିନଥିଲେ ପରେ ନେହାଙ୍କ ଶୋ' ‘No filter Neha’ରେ ଅଙ୍ଗଦ ଏହାକୁ ସ୍ବୀକାର କରିଥିଲେ ଓ ଏଥିପାଇଁ ଘରେ ଗାଳି ମଧ୍ୟ ଶୁଣିଥିଲେ ବୋଲି କହିଥିଲେ ।