ETV Bharat / sitara

ରାହୁଲଙ୍କୁ ବର୍ଥଡେ ଓ୍ବିଶ କଲେ ଗାର୍ଲଫ୍ରେଣ୍ତ ଆଥିୟା, ସେୟାର କଲେ ଫଟୋ - happy-birthday-kl-rahul

ଆଜି(ରବିବାର ଦିନ)ଟିମ ଇଣ୍ଡିଆ କ୍ରିକେଟର କେ.ଏଲ୍.ରାହୁଲଙ୍କ ୨୯ତମ ଜନ୍ମଦିନ । ଏହି ଅବସରରେ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀ ମଧ୍ୟ ରାହୁଲଙ୍କୁ ଏକ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ ଜଣାଇଛନ୍ତି । ଅଧିକ ପଢନ୍ତୁ...

happy-birthday-kl-rahul-athiya-shetty-wishes-rumored-boyfriend-on-his-birthday
ରାହୁଲଙ୍କୁ ବର୍ଥଡେ ଓ୍ବିଶ କଲେ ଗାର୍ଲଫ୍ରେଣ୍ତ ଆଥିୟା, ସେୟାର କଲେ ଫଟୋ
author img

By

Published : Apr 18, 2021, 7:45 PM IST

ନୂଆଦିଲ୍ଲୀ : ଆଜି(ରବିବାର ଦିନ)ଟିମ ଇଣ୍ଡିଆ କ୍ରିକେଟର କେ.ଏଲ୍.ରାହୁଲଙ୍କ ୨୯ତମ ଜନ୍ମଦିନ । ଏହି ବିଶେଷ ଦିନରେ ବହୁ ପ୍ରଶଂସକଙ୍କ ସହିତ ବହୁ ବଲିଉଡ ସେଲିବ୍ରିଟି ଏବଂ ପରିବାରର ସଦସ୍ୟମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।

ଏହି ଅବସରରେ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀ ମଧ୍ୟ ରାହୁଲଙ୍କୁ ଏକ ଖାସ ଆନ୍ଦାଜରେ ବର୍ଥଡେ ଓ୍ବିଶ ଜଣାଇଛନ୍ତି ।

ଆଥିଆ ଇନଷ୍ଟାଗ୍ରାମରେ ବଏଫ୍ରେଣ୍ତ ରାହୁଲଙ୍କ ସହ ନିଜର ଏକ ସେଲଫି ଫଟୋ ସେୟାର କରିଛନ୍ତି ।

ଫଟୋ ସହ କ୍ୟାପସନରେ ଆଥିଆ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା’ । ଏହାସହ ଆଥିୟା କେକର ଏକ ଇମୋଜୀ ମଧ୍ୟ ସେୟାର କରିଛନ୍ତି ।

ଆଥିୟା ଓ ରାହୁଲଙ୍କ ରିଲେସନସିପକୁ ନେଇ ବହୁ ଦିନ ହେଲା ଚର୍ଚ୍ଚା ହେଉଛି ଯେ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି । ସେମାନେ ମଧ୍ୟ ଅନେକ ଥର ଏକାଠି ନଜର ଆସିଥାନ୍ତି । କିନ୍ତୁ, ଦୁହେଁ ନିଜ ରିଲେସନସିପକୁ ନେଇ କେବେ ଖୋଲାଖୋଲି ଭାବେ କିଛି କହିନାହାଁନ୍ତି । ଏହା ସତ୍ତ୍ବେ ଦୁହେଁ ସୋସିଆଲ ମିଡିଆରେ ପରସ୍ପର ସହିତ ମଜାଦାର ଚାଟିଂ କରୁଥିବାର ଦେଖିବାକୁ ମିଳିଥାଏ ।

ପ୍ରକାଶ ଥାଉ ଯେ, ଆଥିୟାଙ୍କ ଭାଇ ଅହାନ ସେଟ୍ଟୀ ମଧ୍ୟ ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.