ETV Bharat / sitara

ବେସାହାରା ପିଲାଙ୍କ ଭବିଷ୍ୟ ଗଢିବେ ସୋନୁ - ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଡ ଚର୍ଚ୍ଚା

ପଞ୍ଜାବର କିଛି ବେସାହାରା ପିଲାଙ୍କ ଦାୟିତ୍ବ ନେଲେ ସୋନୁ। ଜୀବନ ସାରା ଯୋଗାଇବେ ତାଙ୍କୁ ସାହାଯ୍ୟ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଡ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଡ
author img

By

Published : Aug 8, 2020, 1:47 PM IST

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ ବର୍ତ୍ତମାନ ଦେଶବାସୀଙ୍କ ପାଇଁ ଭଗବାନ ସାଜିଛନ୍ତି । କାରଣ ଗତ କିଛି ମାସରୁ ସେ ଲଗାତାର ଦେଶବାସୀଙ୍କ ସେବା କରିଆସୁଛନ୍ତି । ଲକଡାଉନର ସେ ହଜାର ହଜାର ପ୍ରବାସୀ, ଦିନ ମଜୁରିଆ ଓ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରେ ପହଞ୍ଚାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ । ଯାହା ଏବେ ମଧ୍ୟ ଜାରି ଅଛି । ଖାଲି ଏତିକି ନୁହେଁ ସେ ଦେଶ ବ୍ୟତୀତ ବିଦେଶରେ ମଧ୍ୟ ଥିବା 4 ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଘରକୁ ଆଣିସାରିଲେଣି । ଇତିମଧ୍ୟରେ ସୋନୁଙ୍କୁ ନେଇ ନୂଆ ଚର୍ଚ୍ଚା । ପୁଣି ଦେଖାଇଛନ୍ତି ସେ ନିଜ ମହାନତା । ତେବେ ଆସନ୍ତୁ ଜାଣିବା କଣ କରିଛନ୍ତି ସୋନୁ...

ଆଜ୍ଞା ହଁ, ସେ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବର ବେସାହାରା ପିଲାଙ୍କ ଦାୟିତ୍ବ ଉଠାଇବେ l ତାଙ୍କ ପାଖରେ ଲୋକ ସୋସିଆଲ ମିଡିଆରେ ସାହାଯ୍ୟ ମାଗୁଛନ୍ତି । ସେହିପରି ଜଣେ ବ୍ୟକ୍ତି ଟ୍ବିଟ କରି ତାଙ୍କୁ ଟ୍ୟାଗ କରିଥିଲେ । ଆଉ ପଞ୍ଜାବର ବେସାହାରା ପିଲାଙ୍କ ପାଇଁ ଲେଖିଥିଲେ, ‘ଏହି ଛୋଟ ଛୋଟ ପିଲାମାନେ ନିକଟରେ ହୋଇଥିବା ପଞ୍ଜାବ ଦୁର୍ଘଟଣାରେ ନିଜ ପିତାମାତାଙ୍କୁ ହରାଇଛନ୍ତି । ସେମାନଙ୍କ ଭରଣପୋଷଣ କରିବାକୁ କେହି ନାହାଁନ୍ତି । ଏହିମାନେ ପଢିବାକୁ ଚାହୁଁଥିଲେ ହେଲେ ଏବେ ଲାଗୁଛି ଏହା କେବେ ସମ୍ଭବ ହେବନାହିଁ।’

ସୋନୁ ଏହାର ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ମୁଁ ଏହି କଥାର ପୁରା ଧ୍ୟାନ ରଖିବି କି ପଞ୍ଜାବର ଏହି ପିଲାଙ୍କୁ ଭଲ ଘର, ସ୍କୁଲ ଓ ଏମାନଙ୍କ ଭବିଷ୍ୟ ଉଜ୍ଜଳ କରିବାକୁ । ଆମେ ଆପଣଙ୍କ ସହ କାଲି କଥା ହେବୁ।’

ସୋନୁଙ୍କ ଏହି ମହାନତା ଦେଖି ପୁଣି ଦିୱାନା ହୋଇଯାଇଛନ୍ତି ତାଙ୍କ ଫ୍ୟାନ୍ସ । ସେ ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ଗରିବଙ୍କ ଦୁଃଖ ଦେଖି ତାଙ୍କୁ ସାହାଯ୍ୟ କରିସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.