ETV Bharat / sitara

ହସ୍ପିଟାଲରେ ‘ତୈଶ’ର ଡବିଂ କରିଥିଲେ ହର୍ଷବର୍ଦ୍ଧନ

author img

By

Published : Oct 23, 2020, 8:05 PM IST

ଆସନ୍ତା 29ରେ ରିଲିଜ ହେବାକୁ ପ୍ରସ୍ତୁତ ଚର୍ଚ୍ଚିତ ଫିଲ୍ମ ‘ତୈଶ’। ନିକଟରେ ଫିଲ୍ମର ଟିଜର ଓ ଟ୍ରେଲର ରିଲିଜ କରିଥିଲେ ମେକର୍ସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହର୍ଷବର୍ଦ୍ଧନ ରାଣେ

ମୁମ୍ବାଇ: କିଛି ଦିନ ପୂର୍ବରୁ କୋରୋନା ସଂକ୍ରମିତ ହୋଇଥିଲେ ହ୍ୟାଣ୍ଡସମ ଆକ୍ଟର ହର୍ଷବର୍ଦ୍ଧନ ରାଣେ । ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ସେହି ସମୟରେ ତାଙ୍କ ଅପକମିଂ ଫିଲ୍ମ ‘ତୈଶ’ର ଟିଜର ରିଲିଜ ହେବାର ଥିଲା । ଯାହାପାଇଁ ତାଙ୍କୁ ହସ୍ପିଟାଲରେ ଏହାର ଡବିଂ କରିବାକୁ ପଡିଲା । ଏହି କଥାର ଖୁଲାସା ସେ ନିଜ କରିଛନ୍ତି ।

ଆଉ କହିଛନ୍ତି, ‘ମୁଁ ଆଇସିୟୁରେ ଥିଲି । ସେଠାରେ ଡବ କରିବା ସହଜ କଥା ନଥିଲା । ହେଲେ 12ଟି କମ୍ବଳ ଘୋଡାଇ ହୋଇ ସଫଳତା ସହ ଟିଜରର ଡବିଂ କରିଥିଲି । ଆଉ ଯେତେବେଳେ ମୁଁ ଏତେ କମ୍ବଳ ମାଗିଲି ତେବେ ଡାକ୍ତର ଡରିଯାଇଥିଲେ । ସେମାନଙ୍କୁ ଲାଗିଲା ଯେ ମତେ ଥଣ୍ଡା ଲାଗୁଛି। କାରଣ ମୁଁ କାହାରିକୁ କହିନଥିଲି ମତେ ଡବିଂ କରିବାର ଅଛି । ଡବିଂ ସମୟରେ ମୁଁ ରୁମର କବାଟ ବନ୍ଦ କରିଦେଇଥିଲେ । ହସ୍ପିଟାଲ ଷ୍ଟାଫଙ୍କୁ କହିଥିଲି ଯେ ମୁଁ ଡ୍ରେସ ଚେଞ୍ଜ କରୁଛି । ଏପରି ଥିଲା ମୋ ଡବିଂର କାହାଣୀ ।’

  • " class="align-text-top noRightClick twitterSection" data="">

ପ୍ରକାଶ ଥାଉକି ବିଜୟ ନମ୍ବିୟାରଙ୍କ ଦ୍ବାରା ନିର୍ଦ୍ଦେଶିତ ‘ତୈଶ’ ଏକ ରେଭେଞ୍ଜ ଡ୍ରାମା ଫିଲ୍ମ। ଯେଉଁଥିରେ ହର୍ଷବର୍ଦ୍ଧନଙ୍କ ବ୍ୟତୀତ ପୁଲକିତ ସମ୍ରାଟ, କ୍ରିତି ଖରବନ୍ଦା, ଜିମ ସର୍ଭ ଓ ସଞ୍ଜୀଦା ସେଖ ମୁଖ୍ୟ ଭୂମିକାରେ ନଜର ଆସିବେ । ଏମାସ 29ରେ ଓଟିଟି ପ୍ଲାଟଫର୍ମ ଜି5ରେ ରିଲିଜ ହେବ ଫିଲ୍ମ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.