ମୁମ୍ବାଇ: ବି-ଟାଉନର ବିନ୍ଦାସ ଆକ୍ଟର ରଣବୀର ସବୁବେଳେ ନିଜ ମଜାଦାର ଅନ୍ଦାଜ ପାଇଁ ଦର୍ଶକଙ୍କୁ ଖୁବ୍ ହସାଇଥାଆନ୍ତି । ସେ ଯେଉଁଠିକୁ ମଧ୍ୟ ଯାଆନ୍ତି ନିଜର କୁଲ ଅନ୍ଦାଜରେ ସମସ୍ତଙ୍କୁ ଇମ୍ପ୍ରେସ କରିଦିଅନ୍ତି । ହେଲେ ନିକଟରେ ସେ ହ୍ୟାଣ୍ଡସମ ଆକ୍ଟର ଆଦିତ୍ୟ ରାୟ କପୁରଙ୍କ ବିରୋଧରେ ଏକ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଏପର୍ଯ୍ୟନ୍ତ ଚାଲିଛି ଚର୍ଚ୍ଚା। ଅଭିଯୋଗରେ ରଣବୀର କହିଥିଲେ ଯେ ଆଦିତ୍ୟ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ଚୋରି କରିଥିଲେ।
ତାଙ୍କ ଏହି ଅଭିଯୋଗକୁ ଖଣ୍ଡନ କରି ଏବେ ପ୍ରତିକ୍ରିୟା ରଖିଛନ୍ତି ଆଦିତ୍ୟ । ଆଉ କହିଛନ୍ତି, ମୁଁ କେବେ ମଧ୍ୟ ରଣବୀରଙ୍କ ଗାର୍ଲଫ୍ରେଣ୍ଡକୁ ଚୋରି କରିନଥିଲି। ରଣବୀରଙ୍କ ସହ ବ୍ରେକଅପର 8 ବର୍ଷ ପରେ ମୁଁ ସେହି ଝିଅଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲି। ରଣବୀରଙ୍କୁ ସେହି ସମୟରେ କିପରି ଲାଗିଥିଲା ମୁଁ ଜାଣିନାହିଁ ।’
ପ୍ରକାଶ ଥାଉକି ରଣବୀର ଅଭିନେତ୍ରୀ ନେହା ଧୂପିୟାଙ୍କ ଟକ ଶୋ ‘ନୋ ଫିଲ୍ଟର’ରେ କହିଥିଲେ, ‘ଜୁନିୟର କଲେଜରେ ଆଦିତ୍ୟଙ୍କ ଉପରେ ସବୁ ଝିଅ ଫିଦା ଥିଲେ । ଆଉ ମୁଁ ଯେଉଁ ଝିଅ ପଛରେ 4ର ବର୍ଷ ଧରି ଦିୱାନା ଥିଲି ସେ ଆଦିତ୍ୟଙ୍କ ପାଇଁ ମୋ ସହ ବ୍ରେକଅପ୍ କରିଥିଲେ ।’ ଦୁଇଜଣଙ୍କ ଏହି ବୟାନକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚା ।