ETV Bharat / sitara

ହାଲୋୱିନ 2020: ଭୟାନକ ଲୁକରେ ସେଲିବ୍ରିଟି - ସୋନମ କପୁରଙ୍କ ମରଲିୟାନ ମୋରେରୋ ଲୁକ

ବଲିଉଡର ସୁନ୍ଦରୀ ସୁନ୍ଦରୀ ଅଭିନେତ୍ରୀଙ୍କ ହାଲୋୱିନ ଅବତାର ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି। ନିଜ ନିଜ ଘରେ ସେଲିବ୍ରେଟି କରିଛନ୍ତି ହାଲୋୱିନ 2020 ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Nov 2, 2020, 11:25 AM IST

ମୁମ୍ବାଇ: କୋଭିଡ-19 ମହାମାରୀ ହେତୁ ହାଲୋୱିନ(Halloween 2020) ପାର୍ଟି ହୁଏତଃ ଧୁମଧାମରେ ସେଲିବ୍ରେଟ କରିପାରିନାହାଁନ୍ତି ସେଲିବ୍ରିଟି । ହେଲେ ଏହି ଅବସରରେ ଏନଜୟ କରିବାକୁ କେହି ଭୁଲିନାହିଁନ୍ତି । ହଲିଉଡରୁ ନେଇ ବଲିଉଡ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟିଙ୍କ ହାଲୋୱିନ ଅବତାର ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ରବିବାରରେ ସମସ୍ତଙ୍କ ଭୟାନକ ଲୁକ ଫ୍ୟାନ୍ସଙ୍କୁ କରିଥିଲା ଦିୱାନା । ଖାଲି ଏତିକି ନୁହେଁ ଏହି ଅବସରରେ କିଛି ସେଲିବ୍ରିଟିଙ୍କ ମେକଅପ ଏମିତି ହୋଇଛି ଯାହାଙ୍କୁ ସହଜରେ ଚିହ୍ନିବା କଷ୍ଟଦାୟକ । ଏହି କ୍ରମରେ ସାମିଲ ଅଛନ୍ତି ଭୂମି ପେଡନେକର, ସୋନମ କପୁର ଆହୁଜା, ଶିଳ୍ପା ସେଟ୍ଟୀ, ପ୍ରିୟଙ୍କା ଚୋପ୍ରା ଓ ଏମୀ ଜ୍ୟାକସନଙ୍କ ଭଳି ଅଭିନେତ୍ରୀ ।

ବର୍ତ୍ତମାନ କିଛି ସେଲିବ୍ରିଟିଙ୍କ ଏହି ଅବତାର ସୋସିଆଲ ମିଡିଆରେ ବେଶ୍ ଦେଖିବାକୁ ମିଳୁଛି । ସେହିପରି ଏହି ଅଭିନେତ୍ରୀଙ୍କ ବ୍ୟତୀତ ପପୁଲାର ଷ୍ଟାର କିଡ ତଥା ଆମୀର ଖାନଙ୍କ ଲାଡଲୀ ଇରା ଖାନ ମଧ୍ୟ ହାଲୋୱିନ ସାଜିଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଏହି ସେଲିବ୍ରିଟିଙ୍କ ଉପରେ...

ଭୂମି ନିଜର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ‘ଜଷ୍ଟ ଫର୍ ଫନ।’ ଯେଉଁଥିରେ ସେ ହାଲୋୱିନ ପାଇଁ ମେକଅପ କରୁଥିବାର ନଜର ଆସୁଛନ୍ତି । ସେପଟେ ସୋନମ କପୁର ମଧ୍ୟ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି । ଆଉ ସେ ସାଜିଛନ୍ତି ମରଲିୟାନ ମୋରେରୋ ।

ଇରା ମଧ୍ୟ ନିଜ ହାଲୋୱିନ ଫଟୋ ସେୟାର କରି ଲେଖିଛନ୍ତି, ‘ତେବେ କଣ ହେଲା ଯଦି ଇଣ୍ଡିଆରେ ହାଲୋୱିନ ବଡ କଥା ନୁହେଁ । ଆମକୁ କାରଣ ଦରକାର ସେଲିବ୍ରେଟ କରିବା ସହ ଡ୍ରେସଅପ୍ ହେବା ପାଇଁ ।’ ଆପଣ ମାନେ ବି ଦେଖନ୍ତୁ ସେଲିବ୍ରିଟିଙ୍କ ଏହି ଅବତାର...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.