ମୁମ୍ବାଇ: ବ୍ଲକବଷ୍ଟର ଫିଲ୍ମ ‘କବୀର ସିଂ’ ସଫଳତା ପରେ କ୍ୟୁଟ ଆକ୍ଟର ଶାହିଦ କପୁର ଆଉ ଏକ ତେଲୁଗୁ ସୁପରହିଟ୍ ଫିଲ୍ମର ହିନ୍ଦୀ ରିମେକ ନେଇ ପରଦାରେ ନଜର ଆସିବେ । ବର୍ତ୍ତମାନ ସେ ନିଜର ଅପକମିଂ ଫିଲ୍ମ ‘ଜର୍ସି’ର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କିଛି ଦିନ ବ୍ୟବଧାନ ପରେ ଶାହିଦ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ନୂଆ ଲୁକ ପୋଷ୍ଟର ସେୟାର କରି ସରପ୍ରାଇଜ କରିଦେଇଛନ୍ତି।
‘ଜର୍ସି’ ଫିଲ୍ମରେ ସେ ଜଣେ କ୍ରିକେଟର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ଶାହିଦ । ଯାହା ପାଇଁ ସେ କ୍ରିକେଟ ଖେଳର ଅଭ୍ୟାସ କରିବାରେ ବ୍ୟସ୍ତ ଅଛନ୍ତି । ଏହାର ଖୁଲାସା ସେ ସେୟାର କରିଥିବା ଫଟୋରେ ହୋଇଛି । କାରଣ ଫଟୋରେ ସେ ହ୍ବାଇଟ ଜର୍ସି ପିନ୍ଧିବା ସହ ହାତରେ ବ୍ୟାଟ ଧରି ଅଭ୍ୟାସ କରୁଥିବାର ଦେଖାଯାଉଛନ୍ତି । ଆଉ ଫଟୋ କ୍ୟାପସନରେ ଲେଖିଛନ୍ତି, ‘ଜର୍ସିର ଆରମ୍ଭ’ ।
ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ଶାହିଦ କହିଥିଲେ କି ‘କବୀର ସିଂ’ ଫିଲ୍ମ ପରେ ସେ ଭାବୁଥିଲେ କେଉଁ ଫିଲ୍ମରେ ଅଭିନୟ କଲେ ଭଲ ହେବ । ଆଉ ଯେତେବେଳେ ‘ଜର୍ସି’ର ସ୍କ୍ରିଫ୍ଟ ପଢିସାରିଲ, ତେବେ ସ୍ଥିର କରିନେଲେ ଏହି ଫିଲ୍ମ ତାଙ୍କ କ୍ୟାରିୟର ପାଇଁ ଶାନଦାର ହେବ । ‘ଜର୍ସି’ରେ କାମ କରିବାକୁ ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲେ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ‘ଜର୍ସି’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ଗୌତମ ତିନ୍ନାନାଉରୀ । ଯିଏ ତେଲୁଗୁ ‘ଜର୍ସି’ରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ‘ଜର୍ସି’ ଫିଲ୍ମ ଜଣେ କ୍ରିକେଟର ସଂଘର୍ଷମୟ ଜୀବନକୁ ନେଇ ଆଧାରିତ । ଆସନ୍ତା ବର୍ଷ ଅଗଷ୍ଟ 28ରେ ଏହି ଫିଲ୍ମ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ।