ମୁମ୍ବାଇ: ରଣବୀର ସିଂହ, ଆଲିୟା ଭଟ୍ଟ ଷ୍ଟାରର ଫିଲ୍ମ 'ଗଲି ବୟ' ଏବେ ବକ୍ସଅଫିସରେ ଧମାଲ କରିଚାଲିଛି । ଫିଲ୍ମଟି ଭାଲେଣ୍ଟାଇନ ଡେ' ଅବସରରେ ରିଲିଜ ହୋଇଥିବାବେଳେ ଉଭୟଙ୍କ ଯୋଡି ସହ ଫିଲ୍ମର କାହାଣୀକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ । ହେଲେ ରିଲିଜର ପ୍ରଥମ ସପ୍ତାହ ପରେ ହିଁ ଫିଲ୍ମଟି ପହଁଚିଛି 100କୋଟି କ୍ଲବରେ ।
#GullyBoy benchmarks...
— taran adarsh (@taran_adarsh) February 22, 2019 " class="align-text-top noRightClick twitterSection" data="
Crossed ₹ 50 cr: Day 3
₹ 75 cr: Day 5
₹ 100 cr: Day 8
Weekend 2: Plexes will contribute to its biz... Lifetime biz will depend on how strongly it trends at metros in coming days.
">#GullyBoy benchmarks...
— taran adarsh (@taran_adarsh) February 22, 2019
Crossed ₹ 50 cr: Day 3
₹ 75 cr: Day 5
₹ 100 cr: Day 8
Weekend 2: Plexes will contribute to its biz... Lifetime biz will depend on how strongly it trends at metros in coming days.#GullyBoy benchmarks...
— taran adarsh (@taran_adarsh) February 22, 2019
Crossed ₹ 50 cr: Day 3
₹ 75 cr: Day 5
₹ 100 cr: Day 8
Weekend 2: Plexes will contribute to its biz... Lifetime biz will depend on how strongly it trends at metros in coming days.
ଭାରତୀୟ ଫିଲ୍ମ କ୍ରିଟିକ ତଥା ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଆଜି ସୋସିଆଲ ମିଡିଆରେ ଫିଲ୍ମର ବକ୍ସଅଫିସ କଲେକ୍ସନକୁ ନେଇ ତଥ୍ୟ ପ୍ରକାଶ କରି ଫିଲ୍ମଟି ରିଲିଜର ତୃତୀୟ ଦିନରେ 50କୋଟି, ପଞ୍ଚମ ଦିନରେ 75କୋଟି ଓ ଅଷ୍ଟମ ଦିନରେ 100କୋଟି ପାର କରିଛି ବୋଲି କହିଛନ୍ତି ତରଣ ।
ତେବେ ଫିଲ୍ମଟି ମୁଖ୍ୟତଃ ମେଟ୍ରୋ ସିଟିରେ ବେଶ ପସନ୍ଦ କରାଯାଉଛି । ଖାସକରି ମୁମ୍ବାଇରେ ଏହା କ୍ରିଟିକଙ୍କ ସହ ଦର୍ଶକଙ୍କୁ ବେଶ ପସନ୍ଦ ହେଉଛି । ତେବେ ଏହା ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ବି ଦେଖାଯାଇଥିଲା । ଅନେକ ଆନ୍ତର୍ଜାତୀୟ ଷ୍ଟାର ମଧ୍ୟ ଏହାକୁ ପସନ୍ଦ କରିଥିଲେ । ଏମିତିକି ହଲିଉଡ ଅଭିନେତା ୱିଲ ସ୍ମିଥ ମଧ୍ୟ ରଣବୀରଙ୍କର ଫ୍ୟାନ ହୋଇ ଗୋଟିଏ ଭିଡିଓ ମାଧ୍ୟମରେ ତାଙ୍କ ରାପିଙ୍ଗର ପ୍ରଶଂସା କରିଥିଲେ ।
ମୁମ୍ବାଇର ଦୁଇ ଷ୍ଟ୍ରିଟ ରାପର ନାଭେଦ ଓ ଭିଭିଆନଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ 'ଗଲି ବୟ' । ଫିଲ୍ମଟି ଜୋୟା ଅଖତରଙ୍କ ଦ୍ବାରା ନିର୍ଦ୍ଦେଶିତ ଓ ଏହା ଭାଲେଣ୍ଟାଇନ ଡେ ଅବସରରେ ଗତ 14ତାରିଖରେ ରିଲିଜ ହୋଇଯାଇଛି ।