ମୁମ୍ବାଇ: ନିକଟରେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରାଙ୍କ ଲିଖିତ ବହି ‘ଅନଫିନିସଡ୍’ ପ୍ରକାଶିତ ହୋଇଥିଲା । ଯେଉଁଥିରେ ସେ ନିଜ ଜୀବନର ସବୁ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି । ଏହି ବହିରେ ସେ ନିଜ ଜୀବନର ଅନେକ ରାଜ୍ ଉପରୁ ମଧ୍ୟ ପର୍ଦ୍ଦା ଉଠାଇଛନ୍ତି । ମୁଖ୍ୟ କଥା ହେଲା ଯେ ବହିରେ ସେ ଏମିତି ଜଣେ ନିର୍ଦ୍ଦେଶକଙ୍କ ବିଷୟରେ କହିଛନ୍ତି ଯିଏ ତାଙ୍କୁ ଫିଲ୍ମ ଦେବା ପରିବର୍ତ୍ତେ ଉଲଗ୍ନ ହେବାକୁ କହିଥିଲେ। ଆଉ ସେହି ସମୟରେ ତାଙ୍କୁ ସାହାଯ୍ୟ କରିଥିଲେ ଭାଇଜାନ ସଲମାନ ଖାନ ।
ଫିଲ୍ମ ଇଣ୍ଡଷ୍ଟ୍ରିରେ ସହିଥିବା ଦୁଃଖ ବିଷୟରେ ଆଲୋଚନା କରି ବହିରେ ପ୍ରିୟଙ୍କା ଲେଖିଛନ୍ତି, ‘ସଂଘର୍ଷ କରୁଥିବା ସମୟରେ ମତେ ଗୋଟିଏ ଗୀତର ଅଫର ମିଳିଥିଲା । ଯାହାର ସୁଟିଂ ମଧ୍ୟ ଆରମ୍ଭ କରିଦେଇଥିଲେ ମେକର୍ସ । ଗୀତର ଥିମ୍ ଏମିତି ଥିଲା କି ମତେ ଗୋଟି ଗୋଟି କରି ଡ୍ରେସ୍ ଖୋଲିବାର ଥିଲା । ଯାହା ବିଷୟରେ ମୁଁ ନିର୍ଦ୍ଦେଶକଙ୍କୁ ପଚାରିଥିଲି ଏକ୍ସଟ୍ରା ବଡି ଲେୟାର ପିନ୍ଧିପାରିବି କି । ଯାହାଦ୍ବାରା ମୋ ସ୍କିନ ଦେଖାଯାଇ ନଥାଆନ୍ତା । ହେଲେ ନିର୍ଦ୍ଦେଶକ କହିଥିଲେ ଦେହ ଦେଖା ନଗଲେ ଦର୍ଶକ କାହିଁକି ଫିଲ୍ମ ଦେଖିବେ । ଯାହାପରେ ମୁଁ ଏହି ପ୍ରୋଜେକ୍ଟରେ କାମ କରିବାକୁ ମନା କରିଦେଇଥିଲି । ମୋର ଏହି ନିଷ୍ପତ୍ତି ସେହି ନିର୍ଦ୍ଦେଶକଙ୍କୁ ଭାରି ପଡିଥିଲା । କାରଣ ମୁଁ ଆଉ ଏକ ଫିଲ୍ମର ସୁଟିଂ କରୁଥିବା ସମୟରେ ସେ ସେଟ୍କୁ ଆସିଥିଲେ । ଆଉ ମୋ କୋ-ଷ୍ଟାର ସଲମାନ ଏହି ମାମଲାରେ ହସ୍ତକ୍ଷେପ କରି ତାଙ୍କୁ କଡା ଜବାବ ଦେଇଥିଲେ ।’
- " '="" class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ସଲମାନଙ୍କ ସହ ପ୍ରିୟଙ୍କା ‘ମୁଝସେ ସାଦି କରୋଗି’, ‘ସଲାମେ ଇଶ୍କ’, ‘ଗଡ୍ ତୁସି ଗ୍ରେଟ୍’ ହୋ ଭଳି ଫିଲ୍ମରେ କାମ କରିସାରିଛନ୍ତି ।