ETV Bharat / sitara

ଲଣ୍ଡନରେ କୋଭିଡ-19 ନିୟମ ଉଲ୍ଲଂଘନ କଲେ ଦେଶୀ ଗାର୍ଲ - ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରାଙ୍କ ଅପଡେଟ ନ୍ୟୁଜ

ସମସ୍ୟାରେ ପ୍ରିୟଙ୍କା । ବର୍ତ୍ତମାନ କୋରୋନା ନୂଆ ଷ୍ଟ୍ରେନ ପାଇଁ ଲଣ୍ଡନର ଅନେକ ସ୍ଥାନରେ ଲକଡାଉନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସେପଟେ ସେଲୁନ୍ ଯାଇ ନିୟମ ଭାଙ୍ଗିଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

author img

By

Published : Jan 8, 2021, 1:52 PM IST

ମୁମ୍ବାଇ: ବର୍ତ୍ତମାନ ଲଣ୍ଡନରେ ନିଜର ଆଗାମୀ ହଲିଉଡ ଫିଲ୍ମ ‘ଟେକ୍ସ ଫର୍ ୟୁ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା । ହେଲେ ଇତିମଧ୍ୟରେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ଅଭିନେତ୍ରୀ ଲଣ୍ଡନରେ ଏକ ସେଲୁନ୍ ଯାଇ କୋଭିଡ-19ର ନିୟମ ଉଲ୍ଲଂଘନ କରିଛନ୍ତି ।

ସେ ଗୁରୁବାର ସନ୍ଧ୍ୟାରେ ମା' ମଧୁ ଚୋପ୍ରା ଏବଂ ପୋଷା କୁକୁର ଡାଏନା ସହ ଏକ ସେଲୁନ୍‌କୁ ଯାଇଥିଲେ । ଆଉ ସେଠାରେ ତାଙ୍କ ସେଲିବ୍ରିଟି ଷ୍ଟାଇଲିଷ୍ଟ ଜୋଶ ୱୁଡ ମଧ୍ୟ ଉପସ୍ଥିତ ଥିବାର ଜଣାପଡିଛି। ଖବର ଅନୁଯାୟୀ, ଉଲ୍ଲଂଘନ ବିଷୟରେ ସଚେତନ ହେବାପରେ ପୋଲିସ ମଧ୍ୟ ସେଲୁନରେ ପହଞ୍ଚିଥିଲା ​​ଏବଂ ସେଲୁନର ମାଲିକଙ୍କୁ ଏକ ଚେତାବନୀ ଦେଇଥିଲା। ଏଥିସହ କୌଣସି ଜୋରିମନା ଆଦାୟ କରାଯାଇ ନ ଥିବା ଜଣାଯାଇଛି।

ପ୍ରକାଶ ଥାଉକି କରୋନା ଭାଇରସର ନୂଆ ଷ୍ଟ୍ରେନକୁ ରୋକିବା ପାଇଁ ବ୍ରିଟେନ ବର୍ତ୍ତମାନରେ ଲକଡାଉନ ପ୍ରକ୍ରିୟା ପୁନଃ ଆରମ୍ଭ ହୋଇଛି । ଯାହାଦ୍ବାରା ସେଲୁନ୍ ଏବଂ ସ୍ପା ସହ ଦେଶର ସବୁ ମଲ ବନ୍ଦ । ଏହି ନିୟମକୁ ଉଲ୍ଲଂଘନ କରି ହଟହଟା ପିସି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.