ETV Bharat / sitara

Alia Bhatt' Birthday: ମାଲଦ୍ବୀପରେ ଜନ୍ମଦିନ ପାଳିଲେ ଗଙ୍ଗୁବାଇ, କିଏ ଥିଲେ ସାଥିରେ

ମାଲଦ୍ୱୀପରେ ଆଲିଆ ତାଙ୍କ ମାଆ ସୋନି ରଜଦାନ ଏବଂ ଭଉଣୀ ଶାହିନ୍ ଭଟ୍ଟଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି । ସୁନ୍ଦର ସ୍ଥାନରେ ଆଲିଆ କିପରି ନିଜ ଜନ୍ମଦିନ ପାଳନ କରିଥିଲେ, ଭିଡିଓ ମାଧ୍ୟମରେ ଏହାକୁ ଦେଖାଇଛନ୍ତି । ଅଧିକ ପଢନ୍ତୁ

author img

By

Published : Mar 16, 2022, 5:04 PM IST

ମାଲଦ୍ବୀପରେ ମାଆ ଓ ଭଉଣୀଙ୍କ ସହ ବାର୍ଡ ଡେ ମନାଇଲେ ଆଲିଆ

ହାଇଦ୍ରାବାଦ: ଆଲିଆ ଭଟ୍ଟ ମାର୍ଚ୍ଚ 15 ତାରିଖରେ ତାଙ୍କର 29ତମ ଜନ୍ମଦିନ ପାଳନ କରିଥିଲେ । ଏହି ବିଶେଷ ଜନ୍ମଦିନ ପାଳନ ପାଇଁ ସେ ତାଙ୍କ ମାଆ ସୋନି ରଜଦାନ ଏବଂ ଭଉଣୀ ଶାହିନ୍ ଭଟ୍ଟଙ୍କ ସହ ମାଲଦ୍ୱୀପ ଯାଇଥିଲେ । ସୁନ୍ଦର ସ୍ଥାନରେ ଆଲିଆ କିପରି ନିଜ ଜନ୍ମଦିନ ପାଳନ କରିଥିଲେ, ଭିଡିଓ ମାଧ୍ୟମରେ ଏହାକୁ ଦେଖାଇଛନ୍ତି ।

ମାଲଦ୍ବୀପରେ ଆଲିଆ
ମାଲଦ୍ବୀପରେ ଆଲିଆ

ଭିଡିଓରେ, ଆଲିଆ ସମୁଦ୍ର କୂଳରେ ବିକିନିରେ ନଜର ଆସିଛନ୍ତି । ହଳଦିଆ ଏବଂ କମଳା ରଙ୍ଗର ବିକିନି ପିନ୍ଧି ଆଲିଆ ସମୁଦ୍ରକୂଳରେ ବାଲି ଉପରେ ବସି ଏକ ସେଲଫି ନେଉଛନ୍ତି । ତାଙ୍କ ମୁହଁରେ ଏହି ହସ, ଯାହା ତାଙ୍କ ଖୁସିକୁ ସ୍ପଷ୍ଟ ଭାବେ ବୟାନ କରୁଛି ।

ମାଲଦ୍ବୀପରେ ଆଲିଆ
ମାଲଦ୍ବୀପରେ ଆଲିଆ

ଆଲିଆଙ୍କ ଜନ୍ମଦିନ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ତାଙ୍କ ଭିଡିଓରେ ଆଲିଆ ଏକ ପୁଲସାଇଡ୍ ବ୍ରେକଫାଷ୍ଟ ଉପଭୋଗ କରୁଥିବା ଦେଖିବାକୁ ମିଳିବ । ତାଙ୍କ ଜନ୍ମଦିନର କାର୍ଡ ମଧ୍ୟ ପୁଲ ଆଗରେ ଦେଖିବାକୁ ମିଳିଛି । ସେ ନିଜେ ଏକ ଛୋଟ ଭିଡିଓ କ୍ଲିପ୍ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଆଲିଆ ଧଳା ପୋଷାକ ପିନ୍ଧି ଡଙ୍ଗାରେ ଖୁସିରେ ନାଚୁଥିବାର ନଜର ଆସିଛନ୍ତି । ରାତିରେ ଆଲିଆ ଜନ୍ମଦିନ ଭୋଜିରେ କଳା ପୋଷାକ ପିନ୍ଧିଥିଲେ । ଅଭିନେତ୍ରୀ ତାଙ୍କ ଫଟୋ ମଧ୍ୟ ତାଙ୍କ ଭିଡିଓରେ ସେୟାର କରିଛନ୍ତି।

ଆଲିଆ ଆଜିକାଲି ବହୁ ସଫଳତାର ସ୍ୱାଦ ଚାଖୁଛନ୍ତି । ଗଙ୍ଗୁବାଇ କାଠିଆୱାଡିର ସଫଳତା ପରେ, ତାଙ୍କର ଆଉ ଦୁଇଟି ଚଳଚ୍ଚିତ୍ର ଆସିବାକୁ ଯାଉଛି । ଏସ୍‌.ଏସ୍ ରାଜାମୌଲିଙ୍କ ଚଳଚ୍ଚିତ୍ର RRR ଏବଂ ଅୟାନ୍ ମୁଖାର୍ଜୀଙ୍କ ବ୍ରହ୍ମାସ୍ତ୍ର । ଉଭୟ ଚଳଚ୍ଚିତ୍ରରେ ଆଲିଆଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆଲିଆଙ୍କ ଲୁକ୍‌ ମଧ୍ୟ ସାମ୍ନାକୁ ଆସିସାରିଛି । ଏବେ ଫ୍ୟାନ୍ସଙ୍କୁ କେବଳ ଅପେକ୍ଷା ଅଛି ତ ଫିଲ୍ମ ରିଲିଜର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.