ETV Bharat / sitara

ପ୍ରୀତିଙ୍କୁ କିସ କଲେ ରିତେଶ, ପତ୍ନୀଙ୍କ ଠୁ ଖାଇଲେ ନିର୍ଦ୍ଧୁମ ମାଡ

author img

By

Published : Mar 20, 2021, 7:29 PM IST

ନିକଟରେ ଜେନେଲିଆ ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ରିତେଶ ପ୍ରୀତି ଜିଣ୍ଟାଙ୍କ ହାତରେ କିସ ଦେଉଛନ୍ତି ଏବଂ ତାଙ୍କୁ ଆଲିଙ୍ଗନ କରୁଛନ୍ତି । ଏହି ସମୟରେ ଜେନେଲିଆ ସେଠାରେ ଠିଆ ହୋଇ ବିରକ୍ତିକର ଏକ୍ସପ୍ରେସନ ଦେଉଥିବାର ଦେଖିବାକୁ ମିଳିଛି । ଭିଡିଓ ସହିତ କ୍ୟାପସନରେ ଜେନେଲିଆ ଲେଖିଛନ୍ତି ଯେ ଏହା ପରେ ଘରେ କ’ଣ ଘଟିଛି ଆପଣ ଜାଣିବାକୁ ଚାହାଁନ୍ତି କି ?

genelia-dsouzas-epic-reaction-to-riteish-greeting-preity-zinta
ପ୍ରୀତିଙ୍କୁ କିସ କଲେ ରିତେଶ, ପତ୍ନୀଙ୍କ ଠୁ ଖାଇଲେ ନିର୍ଦ୍ଧୁମ ମାଡ

ହାଇଦ୍ରାବାଦ: ବଲିଉଡର କ୍ୟୁଟ କପଲ ରିତେଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜା ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ନିକଟରେ ଜେନେଲିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖି ଆପଣ ଆପଣଙ୍କର ହସକୁ ରୋକି ପାରିବେ ନାହିଁ ।

ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଏକ ଇଭେଣ୍ଟ ସମୟରେ ରିତିଶ ପ୍ରୀତି ଜିଣ୍ଟାଙ୍କୁ ଦେଖି ତାଙ୍କ ହାତରେ କିସ ଦେଉଛନ୍ତି ଏବଂ ତାଙ୍କୁ ଆଲିଙ୍ଗନ କରୁଛନ୍ତି । ଏଥିସହିତ ସେ ତାଙ୍କ ସହ ଦୀର୍ଘ ସମୟ ଧରି ଠିଆ ହୋଇ କଥାବାର୍ତ୍ତା ମଧ୍ୟ କରୁଛନ୍ତି । ହେଲେ ଏହି ସମୟରେ ଜେନେଲିଆ ସେଠାରେ ଠିଆ ହୋଇ ଏସବୁ ଦେଖି ବିରକ୍ତିକର ଏକ୍ସପ୍ରେସନ ଦେଉଥିବାର ଦେଖିବାକୁ ମିଳିଛି ।

ଏହି ପୁରୁଣା ଭିଡିଓ ସହିତ ଜେନେଲିଆ ଏକ ନୂତନ କ୍ଲିପ୍ ଯୋଡିଛନ୍ତି । ଯେଉଁଥିରେ ସେ ରିତେଶଙ୍କୁ ରାଗିକରି ମାଡ ମାରି କହୁଛନ୍ତି 'କ୍ୟା କିୟା, କ୍ୟା କିୟା' । ଏଥିସହିତ ଭିଡିଓରେ ଫିଲ୍ମର ଗୀତ ରାମ ଲଖନର ଗୀତ ବାଜୁଛି ।

ରିତେଶ ମଧ୍ୟ ଭୟଭୀତ ଭାବରେ ଅଭିନୟ କରି କହିଛନ୍ତି 'ତେରା ନାମ୍ ଲିୟା, ତୁଝେ ୟାଦ କିୟା' ।

ପ୍ରକାଶ ଥାଉ ଯେ, ସୋସିଆଲ ମିଡିଆରେ ଜେନେଲିଆଙ୍କ ଏହି ମଜାଳିଆ ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ଏହା ଖୁବ୍ ଭାଇରାଲ ହେବାରେ ମଧ୍ୟ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.