ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତା ଆୟୁଷ୍ମାନ ଖୁରାନା ସବୁବେଳେ ଛୋଟ ଫିଲ୍ମ କରିଥାଆନ୍ତି, କିନ୍ତୁ ଏହି ସବୁ ଫିଲ୍ମ ଜରିଆରେ ସେ ଦର୍ଶକଙ୍କ ମନ କିଣିବାରେ ସଫଳ ହୁଅନ୍ତି । ସେ ସବୁବେଳେ ଗୋଟିଏ କଥା କହିଥାଆନ୍ତି କି କାହାଣୀ ଯଦି ମଜବୁତ ଅଛି ତେବେ ଫିଲ୍ମ ଛୋଟ କିମ୍ବା ବଡ ହେଲେ ପ୍ରଭାବ ପଡେନାହିଁ । ସେମିତି ଦେଖିବାକୁ ଗଲେ ଆୟୁଷ୍ମାନଙ୍କ କଥା ମଧ୍ୟ ଏକଦମ ସତ । କାରଣ ଆଜି ପର୍ଯ୍ୟନ୍ତ ତାଙ୍କର ସବୁ ଫିଲ୍ମ ଭଲ କଲେକ୍ସନ କରିବା ସହ ହିଟ୍ ମଧ୍ୟ ସାବ୍ୟସ୍ତ ହୋଇଛି ।
ଏବେ ସେ ପୁଣିଥରେ ଫିଲ୍ମ 'ଶୁଭ ମଙ୍ଗଲମ ସାବଧାନ'ର ସିକ୍ବେଲ ନେଇ ପରଦାକୁ ଫେରିବାକୁ ଯାଉଛନ୍ତି । କିନ୍ତୁ ଏହି ଫିଲ୍ମର ଟାଇଟଲ 'ଶୁଭ ମଙ୍ଗଲ ଜ୍ୟାଦା ସାବଧାନ' ରଖାଯାଇଛି । ଯାହାର ମଜଦାର ପ୍ରୋମୋ ରିଲିଜ ହୋଇଯାଇଛି ।
- " class="align-text-top noRightClick twitterSection" data="
">
ସବୁଠାରୁ ମଜାଦାର ହେଲା କି ଏଥର ଭିନ୍ନ ଭୂମିକାରେ ଆୟୁଷ୍ମାନଙ୍କୁ ଦେଖିବାକୁ ଯାଉଛନ୍ତି ଦର୍ଶକ । ହୁଏତଃ ଆୟୁଷ୍ମାନଙ୍କ ଏହି ଭୂମିକାରେ ଦେଖି ଫ୍ୟାନ୍ସ ନିହାତି ଆଶ୍ଚର୍ଯ୍ୟ ହେବେ । କାରଣ ପ୍ରଥମଥର ସମଲିଙ୍ଗୀ ପ୍ରେମ କାହାଣୀ ନେଇ ନଜର ଆସିବେ ଆୟୁଷ୍ମାନ । ବର୍ତ୍ତମାନ ଫିଲ୍ମର କାଷ୍ଟିଂ କାମ ଚାଲିଛି ।
ଫିଲ୍ମ ଆସିବାକୁ ପୂର୍ବରୁ ଦର୍ଶକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିସାରିଲାଣି । ଜଣେ ଦର୍ଶକ କହିଛନ୍ତି କି ଆୟୁଷ୍ମନଙ୍କ କାହାଣୀ ଏବେ ସାବଧାନ ଇଣ୍ଡିଆରେ ପର୍ଯ୍ୟବେଶିତ ହେବ ।