ETV Bharat / sitara

ପୁଅକୁ ମିଳିଲାନି ଜାମିନ, କାନ୍ଦିଲେ ମାଆ ଗୌରୀ

ଜନ୍ମଦିନରେ ଗୌରୀଙ୍କୁ ଲାଗିଲା ଝଟକା । ପୁଅ ଆର୍ୟନକୁ ଜାମିନ ନ ମିଳିବାରୁ ଜୋରରେ କାନ୍ଦିଲେ ଗୌରୀ । ଅଧିକ ପଢନ୍ତୁ...

ପୁଅକୁ ମିଳିଲାନି ଜାମିନ, କାନ୍ଦିଲେ ଗୌରୀ ଖାନ
ପୁଅକୁ ମିଳିଲାନି ଜାମିନ, କାନ୍ଦିଲେ ଗୌରୀ ଖାନ
author img

By

Published : Oct 9, 2021, 1:02 PM IST

ମୁମ୍ବାଇ: କ୍ରୁଜ ସିପ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରିଛି NCB । ଆର୍ୟନଙ୍କ ଓକିଲ ସତିଶ ଆଗୁଆ ଜାମିନ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଜାମିନ ମିଳିନଥିଲା । ଫଳରେ ମୁମ୍ବାଇର ସବୁଠୁ ବଡ଼ ଜେଲ ଆର୍ଥର ରୋଡ଼ ଜେଲରେ ରହିଛନ୍ତି ଆର୍ୟନ । ତେବେ ଯେତେବେଳେ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଖାରଜ କରିଥିଲେ, ସେତେବେଳେ ଗୌରୀ ଖାନ ଭାଙ୍ଗିପଡ଼ି କାନ୍ଦୁଥିବା ସୂଚନା ମିଳିଛି ।

ଗୌରୀ କୋର୍ଟ ବାହାରେ ନିଜ କାରରେ ବସି କୋର୍ଟଙ୍କ ଶୁଣାଣିକୁ ଅପେକ୍ଷା କରିଥିଲେ । ମାତ୍ର ଜାମିନ ଆବେଦନ ଖାରଜ ଖବର ଶୁଣିବା ପରେ ଭାଙ୍ଗି ପଡି ଜୋରରେ କାନ୍ଦିଥିଲେ ଗୌରୀ । ଗୌରୀଙ୍କ ଏହି ବ୍ରେକଡାଉନ ମୁହୂର୍ତ୍ତକୁ ଜଣେ ପାପାରାଜୀ ନିଜ କ୍ୟାମେରାରେ କଏଦ କରିଥିଲେ । ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସେପଟେ ଗତକାଲି ଅର୍ଥାତ ଅକ୍ଟୋବର ୮ ତାରିଖ ଗୌରୀଙ୍କ ବର୍ଥ ଡେ' ଥିଲା ବୋଲି ମଧ୍ୟ ଥିଲା । ଏଭଳି ସ୍ପେଶାଲ ଦିନରେ ପୁଅର ଜେଲଦଣ୍ଡକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଗୌରୀ । ଯାହାକି ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ: ଆର୍ୟନଙ୍କୁ ମିଳିଲାନି ଜାମିନ, ଆବେଦନ ଖାରଜ କଲେ କୋର୍ଟ

ଏହି ଭାବବିହ୍ବଳ ଭିଡ଼ିଓଟି ସୋସିଆଲ ମିଡ଼ିଆକୁ ଆସିବା ପରେ ଅନେକ ଫ୍ୟାନ୍ସ ଗୌରୀଙ୍କୁ ଆଶ୍ବାସନା ଦେଇଛନ୍ତି । ମୁମ୍ବାଇର ସେସନ କୋର୍ଟରେ ଏହି ଆଗୁଆ ଜାମିନ ଆବେଦନ କରିଥିଲେ ଆର୍ୟନଙ୍କ ଓକିଲ ସତିଶ । ତେବେ କୋର୍ଟଙ୍କ ରାୟ ଆସିବା ପୂର୍ବରୁ NCB କିଲାକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆର୍ୟନ ଓ ସାଥୀଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ନେଇଥିଲା । ଏହାପୂର୍ବରୁ ମୁମ୍ବାଇର JJ ହସ୍ପିଟାଲରେ ସମସ୍ତ ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ସୂଚନା ଥାଉ କି ଆର୍ୟନଙ୍କ ଓକିଲ ସତିଶ ବଲିଉଡ଼ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟମୟୀ ମୃତ୍ୟୁ ଘଟଣାରେ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କର ମଧ୍ୟ କେସ ଲଢୁଥିଲେ । ଆର୍ୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ପୁଣି ଉଦ୍ୟମ କରିପାରନ୍ତି ସତିଶ । କିନ୍ତୁ ସେପର୍ଯ୍ୟନ୍ତ ଆର୍ୟନଙ୍କୁ ଆର୍ଥର ଜେଲରେ ରହିବାକୁ ପଡ଼ିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.