ETV Bharat / sitara

Song Jab Saiyaan Out: ଦିନେ ଗଙ୍ଗୁବାଇ ବି ପଡିଥିଲେ ପ୍ରେମରେ

author img

By

Published : Feb 15, 2022, 8:46 PM IST

ଗଙ୍ଗୁବାଇ କାଠିଆଓ୍ବାଡି ଫିଲ୍ମର ଆଉ ଏକ ନୂଆ ଗୀତ 'jab saiyaan' ରିଲିଜ ହୋଇଛି। ଯେଉଁଥିରେ ଆଲିଆ ଶାନ୍ତନୁ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି। ଏହି ସୁନ୍ଦର ଗୀତକୁ ଶ୍ରେୟା ଘୋଷାଲ ଗାଇଛନ୍ତି। ଅଧିକ ପଢନ୍ତୁ

ଦିନେ ଗଙ୍ଗୁବାଇ ବି ପଡିଥିଲେ ପ୍ରେମରେ
ଦିନେ ଗଙ୍ଗୁବାଇ ବି ପଡିଥିଲେ ପ୍ରେମରେ

ହାଇଦ୍ରାବାଦ: ବଲିଉଡ୍‌ର ଟପ୍ ଓ ଷ୍ଟାଇଲିସ୍ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କର ଆଗାମୀ ଫିଲ୍ମ ଗଙ୍ଗୁବାଇ କାଠିଆଓ୍ବାଡିକୁ ନେଇ ଖୁବ ଚର୍ଚ୍ଚା ହେଉଛି। ଏହି ଫିଲ୍ମର ଆଉ ଏକ ନୂଆ ଗୀତ 'jab saiyaan' ରିଲିଜ ହୋଇଛି। ଯେଉଁଥିରେ ଆଲିଆ ଶାନ୍ତନୁ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି। ଏହି ସୁନ୍ଦର ଗୀତକୁ ଶ୍ରେୟା ଘୋଷାଲ ଗାଇଛନ୍ତି। ଗୀତର ଲିରିକ୍ସ ମଧ୍ୟ ବହୁତ ସୁନ୍ଦର ରହିଛି। ଗୀତରେ ଆଲିଆଙ୍କ ଅନ୍ଦାଜ ଫ୍ୟାନ୍ସଙ୍କ ଦିଲ ଜିତି ନେବ।

  • " class="align-text-top noRightClick twitterSection" data="">

ଏହି ଚଳଚ୍ଚିତ୍ରର କାହାଣୀ ହୁସେନ୍ ଜୈଦିଙ୍କ କିତାବ ମାଫିଆ କୁଇନ୍ସ ଅଫ୍‌ ମୁମ୍ବାଇ ଉପରେ ଆଧାରିତ ଯେଉଁଥିରେ ଆଲିଆ ଗଙ୍ଗୁବାଇ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲରରେ ଆଲିଆଙ୍କ ଲୁକ୍ ଏବଂ ଅଭିନୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଅଜୟ ଦେବଗନ୍ ଗ୍ୟାଙ୍ଗଷ୍ଟର କରିମ୍ ଲାଲାଙ୍କ ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମରେ ଅଜୟ ଏବଂ ଆଲିଆ ଭାଇ ଓ ଭଉଣୀ ଭୂମିକାରେ ନଜର ଆସିବେ।

ଏହା ବି ପଢନ୍ତୁ: ଗଙ୍ଗୁବାଇ କାଠିଆୱାଡିର ପ୍ରଥମ ଗୀତ Dholida ରିଲିଜ, ଗରବାରେ ଠୁମ୍‌କା ଲଗାଇଲେ ଆଲିଆ

କରିମ ଲାଲା ତାଙ୍କ ସମ୍ପର୍କୀୟ ଭଉଣୀ ଗଙ୍ଗୁବାଇଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେ ଗଙ୍ଗୁବାଇଙ୍କୁ ସେହି ସମୟରେ ସାହାଯ୍ୟ କରନ୍ତି ଯେତେବେଳେ ସମସ୍ତେ ଗଙ୍ଗୁବାଇଙ୍କୁ ସାଥ ଛାଡି ଦେଇଥିଲେ । ଏହି ଚଳଚ୍ଚିତ୍ରରେ କରିମ ଲାଲା ତାଙ୍କ ଭଉଣୀକୁ ବଞ୍ଚାଇବେ ଏବଂ ତାଙ୍କୁ ମୁମ୍ବାଇର କୋଠାର ମୁଖ୍ୟ କରିବାରେ ସାହାଯ୍ୟ କରିବେ।

ଏହା ବି ପଢନ୍ତୁ: କୁନି ଗଙ୍ଗୁବାଇଙ୍କ ସଂଳାପ ଓ ଅନ୍ଦାଜ ଦେଖି ଫ୍ୟାନ୍ସ ତାଜୁବ, ଦେଖନ୍ତୁ ଭିଡିଓ

ସୂଚନାଯୋଗ୍ୟ ଯେ, ଫେବୃଆରୀ 10ରେ ଫିଲ୍ମ ଗଙ୍ଗୁବାଇ କାଠିଆୱାଡିର ପ୍ରଥମ ଗୀତ 'Dholida' ରିଲିଜ ହୋଇଥିଲା । ଏହି ଗୀତରେ ଆଲିଆ ଭଟ୍ଟ ଗରବା କରୁଥିବା ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ଫେବୃଆରୀ 9ରେ ଗୀତର ଟିଜର ଆଉଟ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.