ETV Bharat / sitara

ଆସିଲା ‘ଗଙ୍ଗୁବାଇ କାଠିଆୱାଡି’ର ନୂଆ ପୋଷ୍ଟର

author img

By

Published : Feb 24, 2021, 12:01 PM IST

ଟିଜର ପୂର୍ବରୁ ଜାରି ହେଲା ‘ଗଙ୍ଗୁବାଇ କାଠିଆୱାଡି’ର ନୂଆ ପୋଷ୍ଟର । ଯାହାକୁ ନେଇ ଉତ୍ସାହିତ ଫ୍ୟାନ୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭଂସାଲୀ ପ୍ରଡକ୍ସନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭଂସାଲୀ ପ୍ରଡକ୍ସନ

ମୁମ୍ବାଇ: ସଞ୍ଜୟ ଲୀଲା ଭଂସାଲୀଙ୍କ ଜନ୍ମଦିନ ଅବସରରେ ତାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ଟିଜର ରିଲିଜ ହେବାକୁ ଯାଉଛି । ମଙ୍ଗଳବାର ଏହାର ସୂଚନା ମେକର୍ସ ଦେଇଥିଲେ । ସେପଟେ ଫ୍ୟାନ୍ସ ମଧ୍ୟ ଟିଜର ଦେଖିବାକୁ ଅନାଇ ବସିଛନ୍ତି । ଇତିମଧ୍ୟରେ ମେକର୍ସ ଜାରି କରିଦେଇଛନ୍ତି ଫିଲ୍ମର ନୂଆ ପୋଷ୍ଟର ।ଯେଉଁଥିରେ ଆଲିୟା ଭଟ୍ଟଙ୍କ ଭିନ୍ନ ଅବତାର ଦେଖିବାକୁ ମିଳୁଛି ।

ଭଂସାଲୀ ପ୍ରଡକ୍ସନ ହାଉସର ଇନଷ୍ଟାଗ୍ରାମରେ ଏହି ପୋଷ୍ଟରକୁ ଜାରି କରାଯାଇ ଫିଲ୍ମ ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଆସନ୍ତା ଜୁଲାଇ 30ରେ ରିଲିଜ ହେବ ଫିଲ୍ମ ।

ମୁଖ୍ୟ କଥା ହେଲା ଯେ ଏହି ‘ଗଙ୍ଗୁବାଇ କାଠିଆୱାଡି’ର ମୁହାଁମୁହିଁ ବକ୍ସଅଫିସରେ ସାଉଥ ସୁପରଷ୍ଟାର ପ୍ରଭାସ ଓ ପୂଜା ହେଗଡେଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେଶ୍ୟାମ ’ସହ ହେବାକୁ ଯାଉଛି । କାରଣ ଗୋଟିଏ ଦିନରେ ରିଲିଜ ହେବ ଫିଲ୍ମ ।

ସେପଟେ ଫିଲ୍ମ ଟିଜର ପୂର୍ବରୁ ଆଲିୟାଙ୍କ ନୂଆ ପୋଷ୍ଟର ଦେଖି ଫ୍ୟାନ୍ସଙ୍କ ଉତ୍ସାହିତ ଦୁଇଗୁଣ ବଢିଯାଇଛି । ଆପଣ ବି ଦେଖନ୍ତୁ ପୋଷ୍ଟର...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.