ETV Bharat / sitara

ମିଲିନ୍ଦ@55, ଚେନ ସ୍ମୋକରରୁ ଫିଟନେସ ଫ୍ରେକ୍

author img

By

Published : Nov 4, 2020, 10:04 AM IST

Updated : Nov 4, 2020, 10:11 AM IST

55 ବର୍ଷରେ ପଦାର୍ପଣ କଲେ ମିଲିନ୍ଦ । କେବେ ନିଜ ଫିଟନେସ ପାଇଁ ତ କେବେ ନିଜ ରିଲେସନଶିପକୁ ନେଇ ଚର୍ଚ୍ଚାରେ ସେ। ତାଙ୍କ ବିଷୟରେ ଜାଣନ୍ତୁ କିଛି କଥା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ତଥା ପପୁଲାର ମଡେଲ ମିଲିନ୍ଦ ସୋମନ ସବୁବେଳେ ନିଜ ଫିଟନେସ ପାଇଁ ଫ୍ୟାନ୍ସଙ୍କୁ ପ୍ରଭାବିତ କରନ୍ତି। 55 ବର୍ଷ ବୟସରେ ମଧ୍ୟ ସେ ୟଙ୍ଗ ଷ୍ଟାର୍ସଙ୍କୁ ଫିଟନେସ ମାମଲାରେ ପଛରେ ପକାଉଛନ୍ତି । ଦୀର୍ଘ ସମୟରୁ ଫିଲ୍ମ ଠୁ ଦୂରେଇ ରହିଥିବା ମିଲିନ୍ଦ ସୋସିଆଲ ମିଡିଆରେ ମଧ୍ୟ ନିଜ ଫିଟନେସ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଆସନ୍ତି । ନିଜ, ୱାର୍କଆଉଟ ଓ ଯୋଗ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଫିଟ୍ ରହିବାକୁ ଟିପ୍ସ ମଧ୍ୟ ଦିଅନ୍ତି । ହେଲେ ଏମିତି ଏକ ସମୟ ଥିଲା ଯେ ମିଲିନ୍ଦ ଗୋଟିଏ ଦିନରେ ପାଖାପାଖି 30 ସିଗାରେଟ ପିଉଥିଲେ । ଆଜି ଏହି ଅଭିନେତାଙ୍କ 55ତମ ଜନ୍ମଦିନ । ଏହି ଅବସରରେ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ

1965 ନଭେମ୍ବର 4ରେ ଜନ୍ମ ହୋଇଥିଲେ ମିଲିନ୍ଦ । ଅଭିନେତା ପ୍ରଥମେ ଚେନ ସ୍ମୋକର ଥିଲେ । ଯାହାପାଇଁ ସେ ଗୋଟିଏ ଦିନରେ 30ଟି ସିଗାରେଟ ପିଉଥିଲେ । 2004ରେ ସ୍ମୋକିଂ କ୍ବିଟ କରିଥିଲେ । ଏହାପରେ ସେ ନିଜ ଫିଟନେସ ଉପରେ ଧ୍ୟାନ ଦେବା ଆମ୍ଭ କଲେ । ପିଲାବେଳୁ ଖେଳକୁଦର ଅଭ୍ୟାସ ମଧ୍ୟ ଥିଲା ତାଙ୍କର । ମାତ୍ର 6 ବର୍ଷ ବୟସରେ ସେ ସ୍ବିମିଂ ଶିଖିଥିଲେ । ଆଉ ସ୍ବିମିଂ ଚମ୍ପିଆନଶିପ ମଧ୍ୟ ଜିତିଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ

ମୁଖ୍ୟ କଥା ହେଲା ଯେ ଲମ୍ବା ମାରାଥନ ଜିତିଥିବା ମିଲିନ୍ଦଙ୍କ ନାମ ଲିମକା ବୁକ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସାମିଲ ଅଛି । ସେ 2012ରେ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ 1500 କୋଲମିଟର ଦୂରତା ଦୌଡିକି 30 ଦିନରେ ପୂରଣ କରିଥିଲେ । ଏଥିପାଇଁ ତାଙ୍କ ନାମ ଲିମକା ବୁକ୍ ଅଉ ୱାର୍ଲ୍ଡ ରେକର୍ଡରେ ସାମିଲ କରାଯାଇଛି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ

ଫିଟନେସ ବ୍ୟତୀତ ସେ ପ୍ରାୟତଃ ନିଜ ବୈବାହିକ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । କାରଣ ନିଜଠୁ 25 ବର୍ଷ ସାନ ଝିଅ ଅଙ୍କିତାଙ୍କୁ ବିବାହ କରିଛନ୍ତି ସେ । ଦୁଇଜଣଙ୍କ ବିବାହର ଚର୍ଚ୍ଚା ଅନେକ ଦିନ ପର୍ଯ୍ୟନ୍ତ ବଲିଉଡ ଗ୍ୟାଲେରିରେ ରହିଥିଲା । ଏକ ଫ୍ୟାସନ ଶୋ ସମୟରେ ଅଙ୍କିତାଙ୍କୁ ସମସ୍ତଙ୍କ ସହ ସାକ୍ଷାତ କରାଇଥିଲେ ମିଲିନ୍ଦ । ବିବାହ ପୂର୍ବରୁ କିଛି ବର୍ଷ ପରସ୍ପରକୁ ଡେଟ କରିଥିଲେ ଏହି ଯୋଡି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ

ଅଙ୍କିତାଙ୍କ ପୂର୍ବରୁ ସେ 2006ରେ ଆସିଥିବା ଫିଲ୍ମ ‘ଭ୍ୟାଲି ଅଫ୍ ଫ୍ଲାୱାର୍ସ’ରେ ନିଜ ଫ୍ରେଞ୍ଚ କୋ-ଷ୍ଟାର ମଲେନ ଜାମ୍ପନୋଇଙ୍କୁ ବିବାହ କରିଥିଲେ । ଆଉ ବିବାହର କିଛି ବର୍ଷ ପରେ ତଥା 2009ରେ ଦୁଇଜଣ ପରସ୍ପର ଠୁ ଅଲଗା ହୋଇଯାଇଥିଲେ । ଏହାପରେ ମିଲିନ୍ଦ ଅଭିନେତ୍ରୀ ସହାନା ଗୋସ୍ବାମୀଙ୍କୁ ଡେଟ କରିବା ଆରମ୍ଭ କରିଥିଲେ । ସହାନା ତାଙ୍କ ଠୁ 21 ବର୍ଷ ସାନ ଥିଲେ । ଏହି ଦୁଇଜଣଙ୍କ ରିଲେସନଶିପ ପାଖାପାଖି 4 ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ।

Last Updated : Nov 4, 2020, 10:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.