ETV Bharat / sitara

ଜାଣନ୍ତୁ ସ୍ବାଧୀନତା ପୂର୍ବରୁ ଆସିଥିବା ଫିଲ୍ମ ‘ରାମାୟଣ’ ବିଷୟରେ... - ଫିଲ୍ମ ‘ରାମ ରାଜ୍ୟ’ ନିର୍ଦ୍ଦେଶକ ବିଜୟ ଭଟ୍ଟ

ଅନେକ ପୌରାଣିକ ଫିଲ୍ମ ଦେଖିସାରିଲେଣି ଦର୍ଶକ । ଏହି ପୌରାଣିକ କାହାଣୀ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ଆଉ ଲୋକପ୍ରିୟ କାହାଣୀ ହେଲା ବାଲ୍ମୀକିଙ୍କ ‘ରାମାୟଣ’ । ଯାହାକୁ ନେଇ ବଡ ପରଦା ଏବଂ ଛୋଟ ପରଦାରେ ନିର୍ମାଣ ହୋଇସାରିଛି ଅନେକ ଫିଲ୍ମ ଏବଂ ଧାରାବାହିକ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Oct 8, 2019, 11:42 AM IST

ମୁମ୍ବାଇ: ସିନେମା ଜଗତରେ ରାମାୟଣର ରହିଛି ଏକ ନିଆରା ଇତିହାସ । ଏହି କାହାଣୀକୁ ଅନେକ ନିର୍ଦ୍ଦେଶକ ପରଦାରେ ନିଜ କ୍ରିଏଟିଭିଟି ହିସାବରେ ପ୍ରସାରଣ କରିସାରିଛନ୍ତି । ରାମାୟଣ ସହ ସମ୍ପୃକ୍ତ ଥିବା ଫିଲ୍ମ କେବଳ ସୁପରହିଟ୍ ହୋଇନଥିଲା ବରଂ ଏହାର ଟିଭି ଧାରାବାହିକ ମଧ୍ୟ ଦର୍ଶକଙ୍କ ଖୁବ ମନ କିଣିଥିଲା । ମୁଖ୍ୟ କଥା ହେଲା କି ରାମାୟଣ ଉପରେ ନିର୍ମାଣ ହୋଇଥିବା ପ୍ରଥମ ଫିଲ୍ମ ଭାରତର ସ୍ବାଧୀନତା ପୂର୍ବରୁ ରିଲିଜ ହୋଇଥିଲା ।

1943ରେ ରିଲିଜ ହୋଇଥିଲା ଫିଲ୍ମ ‘ରାମ ରାଜ୍ୟ’ । ଯାହାର ନିର୍ଦ୍ଦେଶନା କରିଥିଲେ ବିଜୟ ଭଟ୍ଟ । ଫିଲ୍ମରେ ରାମ ଓ ସୀତାଙ୍କ ରୋଲରେ ପ୍ରେମ ଆଦୀବ ଓ ଶୋଭନା ସମର୍ଥ ନଜର ଆସିଥିଲେ । ଫିଲ୍ମଟି ସେହି ସମୟରେ ତୃତୀୟ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ମଧ୍ୟ ସାବ୍ୟସ୍ତ ହୋଇଥିଲା । ଏହା ପ୍ରଥମ ଭାରତୀୟ ଫିଲ୍ମ ଥିଲା ଯାହାର ପ୍ରିମିୟର ଆମେରିକାରେ ରଖାଯାଇଥିଲା ।

ପ୍ରକାଶ ଥାଉକି ଏହି ଫିଲ୍ମ ଦେଶରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲା। ଆଉ ଦେଶର ପିତା ମହାତ୍ମା ଗାନ୍ଧୀଙ୍କ ପାଇଁ ଫିଲ୍ମର ସ୍ପେଶାଲ ସ୍କ୍ରିନି 1944 ଜୁନ 2ରେ ସ୍କ୍ରିନିଂ ରଖାଯାଇଥିଲା । ଫିଲ୍ମଟିକୁ କେବଳ ଅଧ ଘଣ୍ଟା ଦେଖିବା ପାଇଁ ଗାନ୍ଧୀ ଯୋଜନା କରିବା ବେଳେ ପରେ ପୁରା ଫିଲ୍ମ ଦେଖିଥିଲେ ସେ । ଫିଲ୍ମ ଦେଖି ସାରି ଗାନ୍ଧୀ କହିଥିଲେ କି ତାଙ୍କୁ ନିହାତି ହିନ୍ଦୀ ଫିଲ୍ମ ଦେଖିବାର ଥିଲା । କାରଣ ସେ ପୂର୍ବରୁ ଏକ ଇଂରାଜୀ ଫିଲ୍ମ ଦେଖି ଭୁଲ କରିଦେଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.