ମୁମ୍ବାଇ: ଦୀର୍ଘ ସମୟରୁ ଚର୍ଚ୍ଚାରେ ସଲମାନ ଖାନଙ୍କ ଛୋଟ ପରଦାର ରିୟାଲିଟି ଶୋ ‘ବିଗ ବସ 14’ । ଶୁଣିବାକୁ ମିଳୁଛି ଯେ ସେପ୍ଟେମ୍ବରରେ ଏହି ଶୋର ଅନଏୟାର ହେବ। ହେଲେ ଇତିମଧ୍ୟରେ ଫେମସ ନିର୍ମାତା ଓନିର ଶୋରେ ସାମିଲ ହେବାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । କାରଣ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି ଯେ ସେ ‘ବିଗ ବସ 14’ରେ ପ୍ରତିଯୋଗୀ ରୂପେ ସାମିଲ ହେବ। ଏବେ ଏହି ଖବର ଉପରେ ସେ ଫୁଲଷ୍ଟଫ ଲଗାଇଛନ୍ତି।
ସେ ବୁଧବାର ଏକ ଟ୍ବିଟ କରି ଲେଖିଥିଲେ, ‘ମୁଁ ସକାଳୁ ଉଠି ନ୍ୟୁଜ ପଡିଥିଲି ଯେ ମୁଁ ବିଗ ବସ 14ର ପ୍ରତିଯୋଗୀ ହେବାକୁ ଯାଉଛି । ହେଲେ ଯାହା ବିଷୟରେ ମତେ ହି ଜଣାନାହିଁ।’
ଖାଲି ଏତିକି ନୁହେଁ ସେ ଟ୍ବିଟ ସହ ସେହି ୱେବସାଉଟର ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଦାବି କରାଯାଇଛି ଯେ ସେ ବିଗ ବସ 14ର ପ୍ରତିଯୋଗୀ ସାଜିବେ।
ପ୍ରକାଶ ଥାଉକି ବିଗ ବସ ମେକର୍ସ ଏଯାବତ ପ୍ରତିଯୋଗୀକ ସୂଚୀ ଜାରି କରିନାହିଁନ୍ତି । କିନ୍ତୁ ପୂର୍ବରୁ ଏପରି ନ୍ୟୁଜ ଆସିବା ଦେଖି ବିରକ୍ତ ହୋଇଛନ୍ତି ଓନିର । କେବଳ ଓନିରଙ୍କ ନାମ ନୁହେଁ ବିଗ ବସ 14 ପ୍ରତିଯୋଗୀଙ୍କ ନାମରେ ମିଶାଲ ରାହେଜା, ସଙ୍ଗୀତା ଘୋଷ, ଅଭିନାଶ ମୁଖାର୍ଜୀ, ଶ୍ରୀନ ମିର୍ଜା, ଜୟ ସୋନି, ଡିଜେ-ଆଙ୍କର ନିଖିଲ ଚିନ୍ନପା ସାମିଲ ଅଛନ୍ତି ।
ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ