ETV Bharat / sitara

ନିର୍ମାତା ନାଗ ଅଶ୍ବିନଙ୍କ ପ୍ରୋଜେକ୍ଟରେ ବଲିଉଡ-ଟଲିଉଡ ସୁପରଷ୍ଟାର

author img

By

Published : Feb 17, 2021, 12:30 PM IST

ଦୀର୍ଘ ସମୟରୁ ଚର୍ଚ୍ଚା ଜୋର ଧରିଥିଲା ଯେ ଦୀପିକାଙ୍କ ସହ ଅଭିନୟ କରିବେ ପ୍ରଭାସ । ଯାହାର ଖୁଲାସା ଏବେ ହୋଇଯାଇଛି । ସାଥିରେ ନଜର ଆସିବେ ବିଗ୍ ବି ଅମିତାଭ ବଚ୍ଚନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ହାଇଦ୍ରାବାଦ: ଜାତୀୟ ପୁରସ୍କାର ବିଜେତା ଫିଲ୍ମ ନିର୍ମାତା ନାଗ ଅଶ୍ବିନ ତାଙ୍କର ଆଗାମୀ ବହୁଭାଷୀ ଫିଲ୍ମ ପାଇଁ ନିଜ ସ୍ବପ୍ନର ଷ୍ଟାରକାଷ୍ଟକୁ ପାଇଛନ୍ତି । ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ । ଆଜ୍ଞା ହଁ, ତାଙ୍କ ଆଗାମୀ ଫିଲ୍ମରେ ସୁପରଷ୍ଟାର ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଓ ସାଉଥ ସୁପରଷ୍ଟାର ପ୍ରଭାସ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଅବସରରେ ନିର୍ମାତା ଜଣାଇଛନ୍ତି ଷ୍ଟାରକାଷ୍ଟଙ୍କ ଠୁ ଅଧିକ କାହାଣୀକୁ ନେଇ ଉତ୍ସାହିତ ସେ । କାରଣ ଏମିତି କାହାଣୀ ସେ ପରଦାରେ ଆଣିବେ ଯାହା ଦର୍ଶକ ମନ କିଣିବ ।

ଫିଲ୍ମ ପାଇଁ ନାଗ ଅଶ୍ବିନ ନିର୍ମାତା ଥରୁନ ଭାସ୍କର, ବି.ଭି ନନ୍ଦିନୀ ରେଡ୍ଡୀ ଏବଂ ସଙ୍କଳ୍ପ ରେଡ୍ଡୀଙ୍କ ସହ ମିଶି ‘ପିଟା କାଥଲୁ’ ପାଇଁ ସ୍ବତନ୍ତ୍ର ବୋଲ୍ଡ ମହିଳାଙ୍କ ବିଷୟରେ କାହାଣୀ ବର୍ଣ୍ଣନା କରିଥିଲେ।

‘ପିଟା କାଥାଲୁ’ ପ୍ରମୋଶନ ସମୟରେ ଅଶ୍ବିନ କହିଥିଲେ, ‘ମୋର ଅର୍ଥ ହେଉଛି କାଷ୍ଟଙ୍କୁ ନେଇ । ଏକ ଦୃଷ୍ଟିରୁ ଏହା ନିଶ୍ଚିତ ଭାବରେ ମୋ ସ୍ବପ୍ନର ମିଶ୍ରଣ । ମୁଁ ନିଶ୍ଚିତ ଭାବରେ କାଷ୍ଟକୁ ପସନ୍ଦ କରୁଛି କିନ୍ତୁ ଏହା ପ୍ରକୃତରେ କେବଳ କାହାଣୀ । ଦିନର ଶେଷ ପରି, ଷ୍ଟାରକାଷ୍ଟଠୁ ଅଧିକ ମୋ ପାଇଁ ରୋମାଞ୍ଚକର କାହାଣୀ ।’

ସେହିପରି ପ୍ରଥମଥର ପ୍ରଭାସ ସୁପରଷ୍ଟାର ଅମିତାଭ ଓ ଦୀପିକାଙ୍କ ସହ କାମ କରିବାକୁ ଯାଉଛନ୍ତି । ଯାହାର ପ୍ରଯୋଜନା ବୈଜୟନ୍ତୀ ମୁଭିଜ୍‌ରେ କରାଯିବ । ଆଉ ଆସନ୍ତା ବର୍ଷ ଫିଲ୍ମ ରିଲିଜ କରିବାକୁ ଏବେଠୁ ଯୋଜନା କରିସାରିଛନ୍ତି ନିର୍ମାତା ।

ଯଦି ଅମିତାଭ ଓ ଦୀପିକାଙ୍କ ବିଷୟରେ କଥା ହେବା ତାହାଲେ ଏହି ଯୋଡି ଫିଲ୍ମ ‘ଆରାକ୍ଷଣ’, ଏବଂ ‘ପିକୁ’ରେ ଅଭିନୟ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.