ETV Bharat / sitara

ପୂର୍ବପତ୍ନୀଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁରାଗ

author img

By

Published : Feb 11, 2021, 11:34 AM IST

ସୋସିଆଲ ମିଡିଆରେ ନିଜ ପୂର୍ବତନ ପତ୍ନୀ ଆରତିଙ୍କ ସହ ପୁରୁଣା ଫଟୋ ପୋଷ୍ଟ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଅନୁରାଗ । ଭାଇରାଲ ହେଲା ଫଟୋ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଲୋକପ୍ରିୟ ନିର୍ମାତା, ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଅଭିନୀତ ଫିଲ୍ମ ‘ଏକେ ଭସେସ୍ ଏକେ’ ନେଟଫ୍ଲିକ୍ସରେ ଗତ ବର୍ଷ ରିଲିଜ ହୋଇଥିଲା । ଯେଉଁଥିରେ ମିଷ୍ଟର ଝକାସ୍ ଅନିଲ କପୁର ନଜର ଆସିଥିଲେ । ଫିଲ୍ମକୁ ବଡ ସଫଳତା ମଧ୍ୟ ମିଳିଛି । ସେପଟେ ଆଜି ତାଙ୍କ ପୂର୍ବତନ ପତ୍ନୀ ତଥା ଫିଲ୍ମ ଏଡିଟର ଆରତି ବଜାଜଙ୍କ ଜନ୍ମଦିନ । ଏହି ଅବସରରେ ପତ୍ନୀଙ୍କୁ ସ୍ପେଶାଲ ୱିଶ କରିଛନ୍ତି ଅନୁରାଗ ।

ସେ ଇନଷ୍ଟାଗ୍ରାମରେ ଆରତିଙ୍କ ସହ ନିଜର ଏକ ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ହାପି ବର୍ଥଡେ ଆରତି ବଜାଜ । ଦେଖ ମୋତେ କଣ ମିଳିଲା ।’ ସେପଟେ ଆରତି ଓ ଅନୁରାଗଙ୍କ ଝିଅ ଆଲିଆ କାଶ୍ୟପ ମଧ୍ୟ ଏହି ପୋଷ୍ଟରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଧନ୍ୟବାଦ । ମତେ ଏହି ପୋଷ୍ଟ ଭଲ ଲାଗିଲା ।’

ପ୍ରକାଶ ଥାଉକି ଅନୁରାଗ ଓ ଆରତି 2003ରେ ବିବାହ କରିଥିଲେ । ଆଉ ଏକାଠି 2009 ପର୍ଯ୍ୟନ୍ତ ରହିଥିଲେ । ପରେ ଆରତିଙ୍କୁ ଛାଡପତ୍ର ଦେଇ ଅଭିନେତ୍ରୀ କଲ୍କି କୋଚିଲନଙ୍କୁ ବିବାହ କରିଥିଲେ ଅନୁରାଗ । ହେଲେ ଉଭୟଙ୍କ ବୈବାହିକ ଜୀବନ ମଧ୍ୟ ବେଶୀ ଦିନ ଚାଲିନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.