ETV Bharat / sitara

2 ଜୁଲାଇରେ ରିଲିଜ ହେବ ସିଦ୍ଧାର୍ଥ-କିଆରାଙ୍କ ଫିଲ୍ମ 'ଶେରଶାହା'

author img

By

Published : Feb 20, 2021, 10:31 PM IST

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ 'ଶେରଶାହା' ଦେଖିବାକୁ ଦୀର୍ଘ ସମୟରୁ ଅପେକ୍ଷା କରିଛନ୍ତି ଦର୍ଶକ । ଏବେ ନିର୍ମାତା କରଣ ଜୋହର ଫିଲ୍ମ 'ଶେରଶାହା' ର ରିଲିଜ ତାରିଖ ଅପଡେଟ ଦେଇଛନ୍ତି । ଅଧିକ ପଢନ୍ତୁ...

film-shershaah-in-cinemas-on-2nd-july-2021-directer-karan-johar-share-poster
2 ଜୁଲାଇରେ ରିଲିଜ ହେବ ସିଦ୍ଧାର୍ଥ-କିଆରାଙ୍କ ଫିଲ୍ମ 'ଶେରଶାହା'

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ'ଶେରଶାହା' ଦେଖିବାକୁ ଦୀର୍ଘ ସମୟରୁ ଅପେକ୍ଷା କରିଛନ୍ତି ଦର୍ଶକ । ଏବେ ଫିଲ୍ମକୁ ନେଇ ଗୁଡନ୍ୟୁଜ ସାମ୍ନାକୁ ଆସିଛି ।

ବଲିଉଡ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ନିଜର ଆଗାମୀ ଫିଲ୍ମ 'ଶେରଶାହା' ର ଦୁଇଟି ନୂଆ ପୋଷ୍ଟର ସେୟାର କରି ଫିଲ୍ମର ରିଲିଜ ତାରିଖ ଅପଡେଟ ମଧ୍ୟ ଦେଇଛନ୍ତି ।

ଏବେ ସିଦ୍ଧାର୍ଥ ଏବଂ କିଆରାଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଦର୍ଶକଙ୍କ ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି । ଏହି ଫିଲ୍ମ ଜୁଲାଇ 2 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।

ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରି କରଣ ଲେଖିଛନ୍ତି, କ୍ୟାପଟେନ ବିକ୍ରମ ବତ୍ରାଙ୍କ ଅବିସ୍ମରଣୀୟ କାହାଣୀ ବଡ଼ ପରଦାରେ ଦେଖାଯିବାକୁ ପ୍ରସ୍ତୁତ। ଏହାକୁ ନେଇ ଆମେ ଗୌରବାନ୍ବିତ । 'ଶେରଶାହା' ଜୁଲାଇ 2, 2021ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ନଜର ଆସିବେ । ବିଷ୍ଣୁ ବର୍ଦ୍ଧନ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

ପ୍ରକାଶ ଥାଉ ଯେ, ସିଦ୍ଧାର୍ଥ ଏବଂ କିଆରା ଆଜିକାଲି ନିଜ ରିଲେସନସିପକୁ ନେଇ ବହୁ ଚର୍ଚ୍ଚାରେ ଅଛନ୍ତି । ଶେରଶାହା ଫିଲ୍ମର ସୁଟିଂ ସମୟରେ ଏହି ଦୁଇଜଣ ପରସ୍ପରର ନିକଟତର ହୋଇଥିଲେ । ନିକଟରେ କିଆରା ସିଦ୍ଧାର୍ଥଙ୍କ ପିତାମାତାଙ୍କୁ ଭେଟିବାକୁ ଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.