ETV Bharat / sitara

‘ସଡକ 2’ ଟ୍ରେଲରକୁ ଟ୍ରୋଲ କଲେ ସୁଶାନ୍ତଙ୍କ ଫ୍ୟାନ୍ସ - ୟୁଟ୍ୟୁବରେ ଟ୍ରୋଲ ହେଲା ସଡକ 2 ଫିଲ୍ମ

ପ୍ରଥମଥର ଏମିତି ହୋଇଛି ଯେବେ ୟୁଟ୍ୟୁବରେ କୌଣସି ଫିଲ୍ମକୁ ଲାଇକଠୁ ଅଧିକ ଡିସଲାଇକ ମିଳିଛି । ଏହି କ୍ରମରେ ସାମିଲ ଅଛି ମଲ୍ଟି ଷ୍ଟାରର ଫିଲ୍ମ ‘ସଡକ 2’।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Aug 12, 2020, 5:56 PM IST

ମୁମ୍ବାଇ: ଫେମସ ନିର୍ମାତା ମହେଶ ଭଟ୍ଟ ପାଖାପାଖି 20 ବର୍ଷ ପରେ ନିଜ ଆଗାମୀ ଫିଲ୍ମ ‘ସଡକ 2’ ଜରିଆରେ ନିର୍ଦ୍ଦେଶନା ଜଗତକୁ ଫେରିଛନ୍ତି । ଦୀର୍ଘ ସମୟରୁ ଚର୍ଚ୍ଚାରେ ତାଙ୍କ ଏହି ଫିଲ୍ମ । ଯାହାର ଦମଦାର ଟ୍ରେଲର ବୁଧବାର ରିଲିଜ କରିଦେଇଛନ୍ତି ମେକର୍ସ । ଫିଲ୍ମରେ ସଞ୍ଜୟ ଦତ୍ତ, ପୂଜା ଭଟ୍ଟ, ଆଦିତ୍ୟ ରାୟ କପୁର ଓ ଆଲିୟା ଭଟ୍ଟଙ୍କ ଶାନଦାର ଅଭିନୟ ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲରକୁ ଏଯାବତ ୟୁଟ୍ୟୁବରେ 66 ହଜାର ଲାଇକ୍ସ ମିଳିସାରିଲାଣି । କିନ୍ତୁ ଲାଇକଠୁ ଅଧିକ ଟ୍ରେଲରକୁ ଡିସଲାଇକ ମିଳିଛି । ସ୍ବର୍ଗୀୟ ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଫିଲ୍ମ ଟ୍ରେଲରକୁ ନାପସନ୍ଦ କରିଛନ୍ତି ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଲରକୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ଅନେକ ୟୁଜର୍ସ । ଖାଲି ଏତିକି ନୁହେଁ ଏହାସହ ସଞ୍ଜୟ ଦତ୍ତଙ୍କୁ ମଧ୍ୟ କ୍ଷମା ମଗାଯାଉଛି । କାରଣ ନିକଟରେ ସଞ୍ଜୟଙ୍କ ଫୁସଫୁସ କ୍ୟାନ୍ସର କଥା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଦୁଃଖି ତାଙ୍କର କିଛି ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରଠୁ ଏହି ଫିଲ୍ମ ଉପରେ ପରିବାରବାଦ ଅଭିଯୋଗ ଲାଗିଆସୁଛି । ଯାହାକୁ ଆଧାର କରି ଏବେ ଟ୍ରେଲରକୁ ଟ୍ରୋଲ କରାଯାଇଛି । ସେହିପରି ୟୁଟ୍ୟୁବରେ 66 ହଜାର ଲାଇକ ମିଳିଥିବା ବେଳେ ଡିସଲାଇକ 748 ହଜାର ମିଳିଛି । ‘ସଡକ 2’ର ବହିଷ୍କାର ଅଭିଯାନ ନିକଟରେ ଆରମ୍ଭ କରିଥିଲେ ସୁଶାନ୍ତଙ୍କ ଫ୍ୟାନ୍ସ।

ଇଟିଭି ଭାରତ, ବ୍ୟୁରୋ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.