ETV Bharat / sitara

ସରିଲା ‘RRR’ ତେଲୁଗୁ-ତାମିଲ ଡବିଂ

author img

By

Published : Jun 30, 2021, 12:52 PM IST

ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ ସମେତ ଅନ୍ୟାନ୍ୟ ଭାଷାରେ ରିଲିଜ ହେବ ଚର୍ଚ୍ଚିତ ଫିଲ୍ମ ‘RRR’। ଶେଷ ହେଲା ତେଲୁଗୁ, ତାମିଲ ଡବିଂ ।

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର

ହାଇଦ୍ରାବାଦ: ପପୁଲାର ନିର୍ଦ୍ଦେଶକ ଏସଏସ ରାଜାମୌଲୀଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘RRR’କୁ ନେଇ ଉତ୍ସାହିତ ଦର୍ଶକ । ଫିଲ୍ମକୁ ବଡ ପରଦାରେ ଦେଖିବାକୁ ବ୍ୟାକୁଳ ସମସ୍ତେ । ଫିଲ୍ମରେ ମୁଖ୍ୟ ଭୂମିକାରେ ଜୁନିୟର ଏନଟିଆର, ରାମ ଚରଣଙ୍କ ସହ ଦେଖିବାକୁ ମିଳିବ ବି-ଟାଉନର ସିଂଘମ ଅଜୟ ଦେବଗନ ଓ ଆଲିୟା ଭଟ୍ଟଙ୍କ ଦମଦାର ଅଭିନୟ । ଇତିମଧ୍ୟରେ ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି ।

ଶୁଣିବାକୁ ମିଳୁଛି ଯେ ଏହି ମଲ୍ଟି ଷ୍ଟାରର ଫିଲ୍ମକୁ ଖୁବଶୀଘ୍ର ଦେଖିପାରିବେ ଦର୍ଶକ । କାରଣ ରାମ ଚରଣ ଓ ଜୁନିୟର ଏନଟିଆର ତେଲୁଗୁ ଓ ତାମିଲର ଡବିଂ ଶେଷ କରିସାରିଛନ୍ତି । ଏହି ସୂଚନା ‘RRR’ ମେକର୍ସ ପୁଣିଥରେ ସୋସିଆଲ ମିଡିଆରେ ଦେଇଛନ୍ତି । ଆସନ୍ତା 13 ଅକ୍ଟୋବରକୁ ଫିଲ୍ମ ରିଲିଜ ହେବ । ଯାହାର ଘୋଷଣା ପୂର୍ବରୁ କରିସାରିଛନ୍ତି ମେସର୍କ ।

ସେହିପରି ଖୁବଶୀଘ୍ର ଅନ୍ୟ ଭାଷାରେ ଏହାର ଡବିଂ କରାଯିବ । ଏହାସହ ଫିଲ୍ମର ଆଉ ଦୁଇଟି ଗୀତର ସୁଟ ବାକି ଅଛି । ଯାହାର ସୁଟିଂ ଆରମ୍ଭ କରିବାର ଯୋଜନା କରୁଛନ୍ତି ମେକର୍ସ । ପ୍ରକାଶ ଥାଉକି ‘RRR’ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ ସମେତ ଅନ୍ୟାନ୍ୟ ଭାଷାରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.