ETV Bharat / sitara

ଆସିଲା 'ମିଶନ ମଙ୍ଗଲ'ର ନୂଆ ପୋଷ୍ଟର, 18ରେ ଟ୍ରେଲର

ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଘୋଷଣା କଲେ 'ମିଶନ ମଙ୍ଗଲ' ଟ୍ରେଲର ରିଲିଜ ତାରିଖ । ଏହାସହ ଜାରି କଲେ ଫିଲ୍ମର ନୂଆ ପୋଷ୍ଟର ।

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ
author img

By

Published : Jul 16, 2019, 12:53 PM IST

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ମଲ୍ଟି ଷ୍ଟାରର ଫିଲ୍ମ 'ମିଶନ ମଙ୍ଗଲ'ର ଟିଜର ଦର୍ଶକଙ୍କୁ ଖୁବ୍ ଉତ୍ସାହିତ କରିଦେଇଛି । ଫିଲ୍ମଟି ଭାରତୀୟ ବୈଜ୍ଞାନିକ ରାକେଶ ଧାୱନଙ୍କ ବାୟୋପିକ । ତାଙ୍କ ଭୂମିକାରେ ନଜର ଆସିବେ ଖିଲାଡି ଅକ୍ଷୟ କୁମାର ।

ଫିଲ୍ମରେ ମିଶନ ମଙ୍ଗଲର ଐତିହାସିକ କାହାଣୀ ଦେଖିବାକୁ ପାଇବେ ଦର୍ଶକ । ଯେଉଁଥିରେ ଭାରତ ସ୍ପେସ ମିଶନର ବାସ୍ତବ କାହାଣୀ ପର୍ଯ୍ୟବେଷିତ ହୋଇଛି । ନିକଟରେ ଫିଲ୍ମ ଟିଜରଟିକୁ ଖୁବ୍ ପ୍ରଶଂସା ମିଳିଥିବାବେଳେ ଆଜି ରିଲିଜ ହୋଇଯାଇଛି ଫିଲ୍ମର ନୂଆ ପୋଷ୍ଟର ।

twitter
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ଏହି ଅବସରରେ ଫିଲ୍ମ କ୍ରିଟିକ ଏବଂ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ 'ମିଶନ ମଙ୍ଗଲ'ର ନୂଆ ପୋଷ୍ଟରଟିକୁ ଟ୍ବିଟର ଆକାଉଣ୍ଟରେ ସେୟାର କରି ଫ୍ୟାନ୍ସଙ୍କୁ ଫିଲ୍ମରର ଟ୍ରେଲର ରିଲିଜ ତାରିଖ ବିଷୟରେ ଜଣାଇଛନ୍ତି । ଫିଲ୍ମର ଶାନଦାର ଟ୍ରେଲରଟି ଆସନ୍ତା 18 ତାରିଖ ତଥା ଆଉ ଦୁଇ ଦିନ ପରେ ରିଲିଜ ହେବ ।

'ମିଶନ ମଙ୍ଗଲ'ରେ ଅକ୍ଷୟଙ୍କ ବ୍ୟତୀତ ବିଦ୍ୟା ବାଲନ, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, ନିତିୟା ମେନନ, କ୍ରିତି କୁଲହାରି ଓ ସରମନ ଯୋଶୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ସ୍ବାଧୀନତା ଦିବସରେ ରିଲିଜ ହେବ । ଅନ୍ୟପଟେ ଏହି ଫିଲ୍ମକୁ ଆଉ ଦୁଇଟି ଫିଲ୍ମ ଟକ୍କର ଦେବାକୁ ଯାଉଛି । କାରଣ ଅଗଷ୍ଟ 15ରେ ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ସାହୋ' ଓ ଜନ ଆବ୍ରାହମଙ୍କ ଚର୍ଚ୍ଚିତ ଫିଲ୍ମ 'ବାଟଲା ହାଉସ' ମଧ୍ୟ ଏକାଠି ରିଲିଜ ହେବ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.