ETV Bharat / sitara

Farm Laws Repeal: ସରକାରଙ୍କ ନିଷ୍ପତ୍ତି ନେଇ ଅସନ୍ତୋଷ କଙ୍ଗନା - କଙ୍ଗନା ରଣାୱତ

କେନ୍ଦ୍ର ସରକାରଙ୍କ କୃଷି ଆଇନ ହେଲା ପ୍ରତ୍ୟାହାର । ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କଲେ କଙ୍ଗନା ରଣାୱତ । କହିଲେ ଅତ୍ୟନ୍ତ ଦୁଃଖଦାୟକ, ଲଜ୍ଜାଜନକ ଓ ସମ୍ପୂର୍ଣ୍ଣ ଭାବରେ ଅନ୍ୟାୟ ବୋଲି କହିଛନ୍ତି । ଅଧିକ ପଢନ୍ତୁ

Farm Laws Repeal: ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ କଙ୍ଗନା

author img

By

Published : Nov 19, 2021, 2:53 PM IST

ମୁମ୍ବାଇ: ପ୍ରଧାନମନ୍ତ୍ରୀ ମୋଦି (PM Modi) ଆଜି (ଶୁକ୍ରବାର) ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର (Farm Laws Repeal) କରିବା ପାଇଁ ଘୋଷଣା କରିଛନ୍ତି । ଏହାକୁ ନେଇ ବିଭିନ୍ନ ମହଲରୁ ଆନ୍ଦୋଳନରତ ଚାଷୀଙ୍କୁ ଶୁଭେଚ୍ଛା ଜଣାଯାଉଥିବା ସହିତ ମିଠା ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଛି ।

କିନ୍ତୁ ଅନ୍ୟପଟେ ଅଭିନେତ୍ରୀ କଙ୍ଗନା ରଣାୱତ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାସ୍ତାରେ ବସି ଯଦି ଲୋକମାନେ ଆଇନ ତିଆରି କରିବେ, ତେବେ ଏହା ଏକ 'ଜିହାଦୀ ଦେଶ' ବୋଲି ଲେଖାଥିବା ଜଣେ ନେଟିଜେନଙ୍କ ପୋଷ୍ଟ ସେୟାର କରି କଙ୍ଗନା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।

Farm Laws Repeal: ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ କଙ୍ଗନା
Farm Laws Repeal: ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ କଙ୍ଗନା

ନେଟିଜେନଙ୍କ ଏହି ପୋଷ୍ଟକୁ ସେୟାର କରି କଙ୍ଗନା ଲେଖିଛନ୍ତି ଯେ, "ଦୁଃଖ, ଲଜ୍ଜାଜନକ ଓ ସମ୍ପୂର୍ଣ୍ଣ ଭାବରେ ଅନ୍ୟାୟ ।" ଏହି ପୋଷ୍ଟରେ ଲେଖାଯାଇଥିଲା ଯେ ଲୋକମାନଙ୍କ ଦ୍ବାରା ନିର୍ବାଚିତ ହୋଇଥିବା ସରକାରଙ୍କ ପରିବର୍ତ୍ତେ ଯଦି ରାସ୍ତାରେ ବସିଥିବା ଲୋକମାନେ ଦେଶରେ ଆଇନ ତିଆରି କରାଇବା ଆରମ୍ଭ କରିବେ, ତେବେ ଏହା ଏକ 'ଜିହାଦୀ ଦେଶ' । ସମସ୍ତଙ୍କୁ ଶୁଭେଚ୍ଛା ଯେଉଁମାନେ ଏପରି ହେବା ପାଇଁ ଚାହୁଁଥିଲେ ।"

କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୪ତମ ଜନ୍ମ ଦିବସରେ ଇନ୍ଦିରାଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, "ଯେତେବେଳେ ଦେଶର ବିବେକ ଏକ ଗଭୀର ନିଦ୍ରାରେ ଶୋଇ ରହିଥାଏ । ସେତେବେଳେ ବାଡ଼ି ହେଉଛି ଏହାର ସମାଧାନ ଓ ଏକଛତ୍ରବାଦୀ ଶାସନ ଦ୍ବାରା ଏପରି ନିଷ୍ପତ୍ତି ନିଆଯାଏ " ବୋଲି ସେ କହିଛନ୍ତି ।

ଶୁକ୍ରବାର ଗୁରୁପର୍ବ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏହି ଆଇନଗୁଡ଼ିକୁ ପ୍ରତ୍ୟାହାର କରିଛନ୍ତି । ସେ କହିଛନ୍ତି ଯେ ସରକାର ଚାଷୀଙ୍କ ଅଧିକ ସୁବିଧା ଯୋଗାଇବା ପାଇଁ ଏହି ଆଇନ ଆଣିଥିଲେ । କିଛି ଚାଷୀ ଏହାକୁ ସ୍ବାଗତ ଜଣାଇବା ସହିତ ଅନ୍ୟ କିଛି ଗୋଷ୍ଠୀ ଓ ଚାଷୀ ଏହାକୁ ବିରୋଧ କରିଥିଲେ । ତେବେ କିଛି ଲୋକଙ୍କୁ ସରକାର ବୁଝାଇବାକୁ ଅକ୍ଷମ ହୋଇଥିବାରୁ ସେ କ୍ଷମା ମଧ୍ୟ ମାଗିଛନ୍ତି ।

ତେବେ ଏହି ଆଇନ ପ୍ରତ୍ୟାହାର ପରେ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଛି । ଚାଷୀମାନେ ସୀମା ଅଞ୍ଚଳରେ ମିଠା ବାଣ୍ଟୁଥିବା ଦେଖିବାକୁ ମିଳିଛି । ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏହି ଆଇନକୁ ସ୍ବାଗତ କରିଛନ୍ତି । ଗତ ବର୍ଷଠାରୁ ଚାଷୀମାନେ ଏହି ଆଇନର ପ୍ରତ୍ୟାହାର ଦାବିରେ ଧାରଣା ଦେଇ ଆସୁଥିଲେ । ଶେଷରେ ସରକାର ଏହାକୁ ପ୍ରତ୍ୟାହାର କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.