ETV Bharat / sitara

ସୁଶାନ୍ତଙ୍କ ସ୍ମୃତିରେ ଫରହାନଙ୍କ କବିତା- 'ଶୋ ଯାଅ ଭାଇ ଶୋ ଯାଅ' - ସୁଶାନ୍ତଙ୍କ ସ୍ମୃତିରେ ଫରହାନଙ୍କ କବିତା

ଅଭିନେତା ଫରହାନ ଅଖତର ଇନଷ୍ଟାଗ୍ରାମ ମାଧ୍ୟମରେ ଏକ କବିତା ସେୟାର କରି ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ଅଧିକ ପଢନ୍ତୁ...

farhan dedicates poem to sushant singh rajput
ସୁଶାନ୍ତଙ୍କ ସ୍ମୃତିରେ ଫରହାନଙ୍କ କବିତା- 'ଶୋ ଯାଅ ଭାଇ ଶୋ ଯାଅ'
author img

By

Published : Jun 16, 2020, 4:20 PM IST

ମୁମ୍ବାଇ: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମାର ଶାନ୍ତି ପ୍ରାର୍ଥନା ପାଇଁ ଅଭିନେତା ଫରହାନ ଅଖତର ଏକ କବିତା ଉତ୍ସର୍ଗ କରିଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁରେ ଫରହାନ ମଙ୍ଗଳବାର ଇନଷ୍ଟାଗ୍ରାମରେ ଲେଖିଛନ୍ତି, 'ଶୋ ଯାଅ ମେରେ ଭାଇ ଶୋ ଯାଅ... ଗିଦ୍ଧୋ କୋ ଶିକାର କର ନେ ଦୋ ଅର ମଗରମଛ କୋ ଆଶୁ ବହାନେ ଦୋ ... ସର୍କସ ଚଲନେ ଦୋ, ଉଛଲକୁଦ ଭାଗା ଦୋଡି ଅର କରତବ ... ଶୋର କୋ ଅର ବଢନେ ଦୋ, ଅନ୍ଧେରେ କୋ ଆଦମୀ କେ ଦିଲ କି ଗହରାଇ ମେ ବସନେ ଦୋ... ଶୋ ଯାଅ ମେରେ ଭାଇ ଶୋ ଯାଅ .. ଶାନ୍ତିରେ ବିଶ୍ରାମ କର ସୁଶାନ୍ତ ।

ସୋମବାର ଦିନ ରାଜପୁତଙ୍କ ଭିଲେ ପର୍ଲିର ପୱନ ହନ୍ସରେ ଅନ୍ତିମ ସଂସ୍କାର ସରିଛି ।

ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ଅନେକ ବଲିଉଡ ସେଲିବ୍ରିଟି ଶ୍ରଦ୍ଧା କପୁର, ରାଜକୁମାର ରାଓ, ରଣଦୀପ ହୁଡା, ଚଳଚ୍ଚିତ୍ର ନିର୍ମାତା ପ୍ରଜ୍ଞା କପୁର, ବରୁଣ ଶର୍ମା, ଟେଲିଭିଜନ ଅଭିନେତ୍ରୀ କ୍ରିଷ୍ଟାଲ ଡିସୁଜା, ବିବେକ ଓବରୟ ଏବଂ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରାଙ୍କ ଆଦି ଉପସ୍ଥିତ ଥିଲେ ।

ପ୍ରକାଶ ଥାଉ କି, ଅମିତାଭ ବଚ୍ଚନ, ଦିଶା ପଟନୀ, ଏଲି ଅବରାମ, କିଆରା ଆଡଭାନୀ, ଶାହରୁଖ ଖାନ, ସଲମାନ ଖାନ, ରଣଭୀର ସିଂ, ଆଲିଆ ଭଟ୍ଟ, କରଣ ଜୋହର, କଙ୍ଗନା ରାନାୱତ ଇତ୍ୟାଦି ସମସ୍ତେ ସୋସିଆଲ ମିଡିଆରେ ଦୁଖଦ ପୋଷ୍ଟ ସେୟାର କରି ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.