ETV Bharat / sitara

'ଦିଲ୍ ବେଚାରା' ଟାଇଟଲ ଟ୍ରାକ୍ କୋରିଓଗ୍ରାଫି କରିଥିଲେ ଫରାହ - farah khan recalls choreographing dil bechara title track

ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା'ର ପ୍ରଥମ ଗୀତ ରିଲିଜ ହୋଇଛି । ଏହି ଗୀତଟିକୁ ଫରାହ ଖାନ କୋରିଓଗ୍ରାଫି କରିଛନ୍ତି । ଗୀତ ରିଲିଜ୍ ହେବା ପରେ ଫରାହ ସୁଶାନ୍ତଙ୍କ ସ୍ମୃତିରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏକ ଭାବପ୍ରବଣ ନୋଟ ଲେଖିଛନ୍ତି । ଅଧିକ ପଢନ୍ତୁ...

farah khan recalls choreographing dil bechara title track for sushant singh rajput
'ଦିଲ୍ ବେଚାରା' ଟାଇଟେଲ ଟ୍ରାକ୍ କୋରିଓଗ୍ରାଫି କରିଥିଲେ ଫରାହ
author img

By

Published : Jul 10, 2020, 5:09 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା'ର ଟାଇଟେଲ ଟ୍ରାକ ମୁକ୍ତିଲାଭ କରିଛି । ଯେଉଁଥିରେ ସୁଶାନ୍ତଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳୁଛି ।

ଫିଲ୍ମର ପ୍ରଥମ ଗୀତ 'ଦିଲ ବେଚରା' ଏ.ଆର୍ ରେହମାନ ଗାଇଥିବାବେଳେ ଅମିତାଭ ଭଟ୍ଟାଚାର୍ଯ୍ୟ ଏହି ଗୀତକୁ ଲେଖିଛନ୍ତି । ଏହି ଗୀତକୁ ଫରାହ ଖାନ କୋରିଓଗ୍ରାଫି କରିଛନ୍ତି ।

ଫରାହ ଏହି ଗୀତ ସହ ଜଡିତ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଏହି ଗୀତଟି ମୋ ହୃଦୟର ନିକଟତର । କାରଣ ଏହା ପ୍ରଥମ ଥର ମୁଁ ସୁଶାନ୍ତଙ୍କୁ କୋରିଓଗ୍ରାଫି କରୁଥିଲି । ଆମେ ଦୀର୍ଘ ସମୟ ଧରି ବନ୍ଧୁ ଥିଲୁ, କିନ୍ତୁ ଏକାଠି କାମ କରିନଥିଲୁ । ମୁଁ ମଧ୍ୟ ମୁକେଶ ଛାବ୍ରାଙ୍କୁ ପ୍ରତିଶୃତି ଦେଇଥିଲି ଯେ ଯେତେବେଳେ ସେ ତାଙ୍କ ନିର୍ଦ୍ଦେଶନାରେ ଡେବ୍ୟୁ କରିବେ, ମୁଁ ତାଙ୍କ ପାଇଁ ଏକ ଗୀତ କୋରିଓଗ୍ରାଫ୍ କରିବି । ମୁଁ ଚାହୁଁଥିଲି ଏହି ଗୀତଟି ଭଲ ଭାବରେ ସୁଟ କରାଯାଉ । ଏହି ଗାତରେ ସୁଶାନ୍ତ ତାଙ୍କର ବେଷ୍ଟ ପରଫର୍ମାନ୍ସ ଦେଇଛନ୍ତି । ମୋର ମନେ ଅଛି ସୁଶାନ୍ତଙ୍କୁ ଥରେ ରିଅଲିଟି ଡ୍ୟାନ୍ସ ସୋ ରେ ମୁଁ ତାଙ୍କୁ ଜଣେ ସେଲିବ୍ରିଟି ଗେଷ୍ଟ ଭାବରେ ଜର୍ଜ କରିଥିଲି ଏବଂ ସେଠାରେ ମଧ୍ୟ ସେ ତାଙ୍କର ବେଷ୍ଟ ପରଫର୍ମାନ୍ସ ଦେଇଥିଲେ ।

ହଁ, ଏହି ଫିଲ୍ମର ଗୀତଟି ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଗୀତକୁ କୋରିଓଗ୍ରାଫି କରିବା ପାଇଁ ଫିଲ୍ମର ନିର୍ଦ୍ଦେଶକ ମୁକେଶ ଛାବ୍ରା ମତେ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ।

ପ୍ରକାଶ ଥାଉ କି, 'ଦିଲ୍ ବେଚାରା' ଟାଇଟେଲ ଟ୍ରାକ୍ ଦେଖିବା ପରେ ସୁଶାନ୍ତଙ୍କ ପ୍ରଶଂସକମାନେ ଅତ୍ୟନ୍ତ ଭାବପ୍ରବଣ ହୋଇପଡିଛନ୍ତି ଏବଂ ତାଙ୍କୁ ବହୁତ ମନେପକାଉଛନ୍ତି । ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି, ଯାହାକୁ ଦର୍ଶକମାନେ ମଧ୍ୟ ପସନ୍ଦ କରିଥିଲେ ।

ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା' ଜୁଲାଇ 24 ରେ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.