ETV Bharat / sitara

ଫରାଜଙ୍କ ସ୍ବାସ୍ଥ୍ୟ ଅପଡେଟ ସେୟାର କଲେ ପୂଜା

author img

By

Published : Oct 23, 2020, 5:02 PM IST

ନିକଟରେ, ପୂଜା ଭଟ୍ଟ ଫାରାଜ ଖାନଙ୍କ ସ୍ବାସ୍ଥ୍ୟ ବିଷୟରେ ଏକ ଅପଡେଟ୍ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

faraaz khan showing improvement says pooja bhatt
ଫରାଜଙ୍କ ସ୍ବାସ୍ଥ୍ୟ ଅପଡେଟ ସେୟାର କଲେ ପୂଜା

ମୁମ୍ବାଇ: ନିକଟରେ ଅଭିନେତ୍ରୀ-ଚଳଚ୍ଚିତ୍ର ନିର୍ମାତା ପୂଜା ଭଟ୍ଟ ବଲିଉଡ ଅଭିନେତା ଫରାଜ ଖାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କ ଅବସ୍ଥା ଧୀରେ ଧୀରେ ସୁଧୁରୁଛି ବୋଲି କହିଛନ୍ତି ସେ ।

ଅକ୍ଟୋବର 14 ରେ, ଫରାଜ ମସ୍ତିଷ୍କ ସଂକ୍ରମଣରେ ପୀଡିତ ଥିବା ଖବର ସାମ୍ମନାକୁ ଆସିଥିଲା । ତେଣୁ ତାଙ୍କର ଚିକିତ୍ସା ପାଇଁ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଥିଲେ ।

ବର୍ତ୍ତମାନ ପୂଜା ଫରାଜଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇ ସେହି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯେଉଁମାନେ ତାଙ୍କର ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରି ସାହାଯ୍ୟ କରିଥିଲେ ।

ପୂଜା ଟ୍ବିଟ କରିଛନ୍ତି, ଫରାଜଙ୍କ ଚିକିତ୍ସାରେ ସାହାଯ୍ୟ କରିଥିବା ସମସ୍ତ ବିଶେଷ ତଥା ଉଦାର ଲୋକଙ୍କୁ ଧନ୍ୟବାଦ । ବର୍ତ୍ତମାନ ଫାରାଜଙ୍କ ସ୍ବାସ୍ଥ୍ୟରେ ସୁଧାର ଆସୁଛି ଏବଂ ତାଙ୍କ ପରିବାର 25 ଲକ୍ଷ ମଧ୍ୟରୁ 14,45,747 ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି । ଚାଲନ୍ତୁ ଏହାକୁ ଏହିପରି ଆଗକୁ ବଢାନ୍ତୁ ।

ଫାରାଜ ଅନେକ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି 1998 ଚଳଚ୍ଚିତ୍ର 'ମେହେନ୍ଦୀ '। ଏହି ଚଳଚ୍ଚିତ୍ର ଫରାଜ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ସହ ନଜର ଆସିଥିଲେ ।

ଏହା ବ୍ୟତୀତ ସେ 1996 ଚଳଚ୍ଚିତ୍ର ବିକ୍ରମ ଭଟ୍ଟଙ୍କ ଫରେବରେ ମଧ୍ୟ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.