ETV Bharat / sitara

'ଦୋସ୍ତାନା -2'ରୁ କାର୍ତ୍ତିକ ଆଉଟ, ଫ୍ୟାନ୍ସଙ୍କ ଟାର୍ଗେଟରେ କରନ

author img

By

Published : Apr 17, 2021, 8:22 AM IST

ପୁଣିଥରେ ବଲିଉଡରେ ପରିବାରବାଦକୁ ନେଇ ଉଠିଲା ପ୍ରଶ୍ନ । କାର୍ତ୍ତିକଙ୍କୁ ନିଜ ଫିଲ୍ମରୁ ବାହାର କରି ଫ୍ୟାନ୍ସଙ୍କ କଡା କଥାର ଶିକାର ହେଲେ କରନ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଶୁକ୍ରବାର ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିଲେ କାର୍ତ୍ତିକ ଆର୍ୟନ । କାରଣ ତାଙ୍କୁ ବର୍ତ୍ତମାନ ବ୍ଲକଲିଷ୍ଟ କରିଛି ଧର୍ମା ପ୍ରଡକ୍ସନ । କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ଦୋସ୍ତାନା 2’ରୁ ଆଉଟ ହେଲ ଅଭିନେତା । ଅଭିନେତାଙ୍କ ଖରାପ ଆଚରଣକୁ ନେଇ ଫିଲ୍ମ ନିର୍ଦ୍ଦେଶକ କାଲିନ ଅସନ୍ତୋଷ ପ୍ରକାଶ କରିବାରୁ ତାଙ୍କୁ ଫିଲ୍ମରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ଏହି କଥାରେ କ୍ରୋଧିତ ନଜର ଆସୁଛନ୍ତି ତାଙ୍କ ଫ୍ୟାନ୍ସ ।

ଏହି ଖବର ସାମ୍ନାକୁ ଆସିବା ମାତ୍ରେ ସୋସିଆଲ ମିଡିଆରେ ଗୋଟିଏ ଗ୍ରୁପ୍ ପରିବାରବାଦ ଉପରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ସେମାନଙ୍କ ଅନୁଯାୟୀ କାର୍ତ୍ତିକ ବଲିଉଡର କୌଣସି ଷ୍ଟାରକିଡ ହୋଇନଥିବାରୁ ତାଙ୍କୁ ଏହି ଫିଲ୍ମରୁ ବାହାର କରିଦିଆଯାଇଛି । ଯାହା ନୈରାଶ୍ୟଜନକ କଥା ।

ସେପଟେ ଆଉ କିଛି ଫ୍ୟାନ୍ସ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ କାର୍ତ୍ତିକଙ୍କ ତୁଳନା କରିବା ଆରମ୍ଭ କରିଦେଇଛନ୍ତି । ଯିଏ କଥିତ ରୂପେ ପରିବାରବାଦ, ବଲିଉଡର ମାଫିଆଙ୍କ ଶିକାର ହୋଇଥିଲେ ।

ସେହିପରି କରନଙ୍କୁ ଟାର୍ଗେଟ କରି ଜଣେ ଫ୍ୟାନ ଲେଖିଛନ୍ତି, ‘ହଠାତ୍ ନକାରାତ୍ମକ PR, କାର୍ତ୍ତିକଙ୍କ ବିରୁଦ୍ଧରେ କାହିଁକି? ଅପ୍ରତ୍ୟାଶିତ ଆଚରଣ । କାହିଁକି ଏତେ ନକାରାତ୍ମକ ପ୍ରବନ୍ଧ । ସବୁବେଳେ ବାହାର ଲୋକଙ୍କ ବିରୁଦ୍ଧରେ? ସେଥିପାଇଁ ଆମେ ସୁଶାନ୍ତଙ୍କୁ ହରାଇଲୁ । କଙ୍ଗନା ଏହା ବିରୁଦ୍ଧରେ ଲଢୁଛନ୍ତି ଏବଂ ବର୍ତ୍ତମାନ କାର୍ତ୍ତିକ ପରିବାରବାଦର ଶିକାର ହୋଇଛନ୍ତି ।’

ଦ୍ବିତୀୟ ୟୁଜର ଲେଖିଛନ୍ତି, ‘କାର୍ତ୍ତିକ ଯେପରି ଏହି ଲୋକଙ୍କଠୁ ସବୁବେଳେ ଦୂରେଇ ରୁହନ୍ତି ତାହା ବହୁତ ଭଲ କଥା । କାର୍ତ୍ତିକଙ୍କ ତୁମେ ଖୁସି ରୁହ। ଯେଉଁମାନେ କୁହନ୍ତି ଯେ କାର୍ତ୍ତିକ ଅଣପ୍ରଫେସନାଲ୍, ସେମାନେ ହେଉଛନ୍ତି ସବୁଠାରୁ ବଡ ମୂର୍ଖ | କାର୍ତ୍ତିକ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ଦକ୍ଷ ଓ ପରିଶ୍ରମୀ ଅଭିନେତା ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.