ETV Bharat / sitara

ଫେମସ୍‌ ଫ୍ୟାଶନ ଡିଜାଇନର ୱେଣ୍ଡେଲଙ୍କ ପରଲୋକ

59 ବର୍ଷରେ ଦୁନିଆକୁ ଅଲବିଦା କହିଲେ ଫ୍ୟାଶନ ଡିଜାଇନର ୱେଣ୍ଡେଲ ରୋଡ୍ରିକ୍ସ । ହୃଗଘାତରେ ତାଙ୍କର ଦେହାନ୍ତ ହୋଇଛି ।

_famous designer wendell rodrick
ଫଟୋ ସୌଜନ୍ୟ: ଟ୍ବିଟର
author img

By

Published : Feb 14, 2020, 3:21 AM IST

ପାଣାଜୀ: ଫେମସ ଫ୍ୟାଶନ ଡିଜାଇନର ୱେଣ୍ଡେଲ ରୋଡ୍ରିକ୍ସଙ୍କ 59 ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ସମଲିଙ୍ଗ ପ୍ରସଙ୍ଗରେ ସବୁବେଳେ ସକ୍ରିୟ ରହୁଥିଲେ।

2014ରେ ଭାରତ ସରକାର ତରଫରୁ ପଦ୍ମଶ୍ରୀ ପୁରସ୍କାରରେ ତାଙ୍କୁ ପୁରସ୍କୃତ କରାଯାଇଥିଲା। ପରିବାର ପକ୍ଷରୁ କୁହାଯାଇଛି ଯେ ୱେଣ୍ଡେଲ ତାଙ୍କ ଶେଷ ନିଶ୍ବାସ କୋଲଭେଲ ଘରେ ତ୍ୟାଗ କରିଥିଲେ । ଆଉ ତାଙ୍କ ମୃତ୍ୟୁ ହୃଦଘାତ ପାଇଁ ହୋଇଛି । ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ବଲିଉଡ ଷ୍ଟାର୍ସ । ଏହି କ୍ରମରେ ପ୍ରଥମେ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ତାଙ୍କ ନିଧନରେ ଶୋକ ପ୍ରକାଶ କରି ଏକ ନୋଟ ସେୟାର କରିଛନ୍ତି।

ପ୍ରକାଶ ଥାଉକି, ୱେଣ୍ଡେଲ ଗୋଆରେ ଏକ କ୍ୟାଥଲିକ ପରିବାରେ ଜନ୍ମ ଗ୍ରହଣ କରିଥିଲେ। ପରେ ସେ ମୁମ୍ବାଇ ଆସିଯାଇଥିଲେ । ସେ ଲସ ଆଞ୍ଜେଲସ ଓ ପ୍ୟାରିସରେ ଫ୍ୟାଶନ ଡିଜାଇନିଂର ପାଠ ପଢିଥିଲେ।

ୱେଣ୍ଡେଲ ରିସୋର୍ଟ ୱିୟର ଓ ଇକୋ ଫ୍ରେଣ୍ଡଲୀ ଫ୍ୟାଶନ ପାଇଁ ଫେମସ । 2010ରେ ସେ ଗୋଆର ପାରମ୍ପାରିକ ପୋଷାକକୁ ନୂଆ ଅନ୍ଦାଜରେ ପ୍ରସ୍ତୁତ କରିଥିଲେ । ସେ ଖାଦି ଆନ୍ଦୋଳନରେ ମଧ୍ୟ ସାମିଲ ଥିଲେ । 2017ରେ ଲ୍ୟାକମେ ଫ୍ୟାଶନ ୱିକରେ ସେ ପ୍ଲ-ସାଇଜ ମହିଳାଙ୍କ ପାଇଁ ଜବରଦସ୍ତ କଲେକ୍ସନ ପ୍ରସ୍ତୁତ କରି ଚର୍ଚ୍ଚାରେ ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.