ହାଇଦ୍ରାବାଦ: ପୂର୍ବତନ ମିସ ୟୁନିଭର୍ସ ଉଶୋସୀ ସେନଗୁପ୍ତାଙ୍କୁ ଆକ୍ରମଣ ଅଭିଯୋଗ ଥିବା 7 ଜଣ ଅଭିଯୁକ୍ତଙ୍କୁ କୋଲକାତା କୋର୍ଟ ଜାମିନ ପ୍ରଦାନ କରିଛି । 1000 ଟଙ୍କା ଜୋରିମାନା ସହ ଅଭିଯୁକ୍ତଙ୍କୁ ଜାମିନ ଦେଇଛି କୋର୍ଟ । ଗତ ମଙ୍ଗଳବାର(20 ଜୁନ) କୋଲକାତା ପୋଲିସ ଦ୍ବାରା ଗିରଫ ହୋଇଥିଲେ 7 ଜଣ ଯୁବକ ।
ତେବେ ପୋଲିସ ସେମାନଙ୍କୁ 7 ଦିନ କଷ୍ଟଡିରେ ରଖିବାକୁ ଚାହୁଁଥିଲା, ମାତ୍ର ଏହାକୁ ଖାରଜ କରିଛି କୋର୍ଟ । ଅଭିଯୋଗ ଅନୁଯାୟୀ, ବାଇକରେ କିଛି ଯୁବକ ସେନଗୁପ୍ତାଙ୍କ କ୍ୟାବକୁ ଆକ୍ରମଣ କରିଥିଲେ । କ୍ୟାବକୁ ଅଟକେଇବା ସହ ଡ୍ରାଇଭରଙ୍କୁ ମଧ୍ୟ ନିର୍ଦ୍ଧୁମ ମାଡ ମାରିଥିଲେ ।
ତେବେ ସେନଗୁପ୍ତା ସେମାନଙ୍କୁ ଅଟକାଇ ଥିଲେ ଓ ଫୋନରେ ଏହାର ସୁଟିଂ କରିଥିଲେ । ପରେ ସେନଗୁପ୍ତା ନିଜ ସାଙ୍ଗକୁ ଘରେ ଛାଡି ଫେରିବା ସମୟରେ ପୁଣି 6ଜଣ ଯୁବକ ଭିଡିଓକୁ ଡିଲିଟ କରିବା ପାଇଁ ତାଙ୍କ ଉପରକୁ ପଥର ଫୋପାଡି ଆକ୍ରମଣ କରିଥିଲେ ବୋଲି ଅଭିଯୋଗ କରିଥିଲେ ଉଶୋସୀ ସେନଗୁପ୍ତା ।