ମୁମ୍ବାଇ: ମୋବାଇଲ ଫୋନରେ ଏବେ ଅନେକ ନୂଆ ଫିଚର ଦେଖିବାକୁ ମିଳୁଛି । ଯେଉଁଥିରେ କୌଣସି ମଧ୍ୟ ଫଟୋକୁ ସୁନ୍ଦର କରିବା ଫିଚର ଏବେ ଖୁବ୍ ଚାଲିଛି । ଖାସ୍ କଥା ଏହା ହେଲା କି ଅଭିନେତ୍ରୀ ହେମା ମାଲିନୀଙ୍କୁ ମଧ୍ୟ ଏହି ଫିଚର ଖୁବ୍ ପସନ୍ଦ ଆସିଛି । ତାଙ୍କ ଝିଅ, ଅଭିନେତ୍ରୀ ଈଶା ଦେଓଲ ମା'ଙ୍କ ଫଟୋକୁ ଏଡିଟି କରି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ହେମା ବୋହୂ ବେଶରେ ନଜର ଆସୁଛନ୍ତି ।
- " class="align-text-top noRightClick twitterSection" data="
">
ଫଟୋରେ ସେ ମଥାମଣି ପିନ୍ଧିବା ସହ ନାକ ଫୁଲ ମଧ୍ୟ ପିନ୍ଧିଥିବାର ଦେଖାଯାଉଛନ୍ତି । ଏହାସହ ସେ ପିଙ୍କ କଲର ଲିପଷ୍ଟିକ ଓ ଲାଲ ବିନ୍ଦି ଲଗାଇଛନ୍ତି ।
ବର୍ତ୍ତମାନ ହେମାଙ୍କ ଏହି ଫଟୋଟିକୁ ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରୁଛନ୍ତି ୟୁଜର୍ସ । ଯାହା ଦ୍ବାରା ଫଟୋଟି ଖୁବ୍ ଭାଇରାଲ ହେବାରେ ଲାଗିଛି ।
ପ୍ରକାଶ ଥାଉକି ନିକଟରେ ଈଶା ଦ୍ବିତୀୟଥର ମା' ହୋଇଛନ୍ତି । ସେ ବେବି ଝିଅ ମିରାୟଙ୍କୁ ଜନ୍ମ ଦେଇଛନ୍ତି । ଯାହାଙ୍କ ଫଟୋ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳୁଛି ।