ETV Bharat / sitara

Panama Papers Leak: ଐଶ୍ବର୍ଯ୍ୟା ରାୟଙ୍କୁ EDର ସମନ - ପାନାମା ପେପର ଲିକ ଖବର

ଐଶ୍ବର୍ଯ୍ୟା ରାୟଙ୍କୁ EDର ସମନ । ପାନାମା ପେପର ଲିକ ମାମଲାରେ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ଐଶ୍ବର୍ଯ୍ୟା ରାୟଙ୍କୁ EDର ସମନ
ଐଶ୍ବର୍ଯ୍ୟା ରାୟଙ୍କୁ EDର ସମନ
author img

By

Published : Dec 20, 2021, 11:17 AM IST

Updated : Dec 20, 2021, 12:13 PM IST

ମୁମ୍ବାଇ: ଆଇନ ଜାଲରେ ଫସିଲେ ନୀଳ ନୟନା । ପାନାମା ପେପର୍ସ ଲିକ୍‌ ଘଟଣାରେ ବଚ୍ଚନ ପରିବାରର ଚିନ୍ତା ବଢ଼ିଛି । ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କୁ EDର ସମନ (Enforcement Directorate summons Aishwarya Rai) । ପାନାମା ପେପର ଲିକକୁ ନେଇ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ସମନର ଉତ୍ତର ଦେବା ପାଇଁ ଆଜି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଦିଲ୍ଲୀ ଇଡି ଅଫିସରେ ହାଜର ହୋଇଥାନ୍ତେ । ଅନ୍ୟ ଏକ ତାରିଖ ମାଗିଥିବା ଜଣାପଡିଛି । ଖୁବ୍‌ଶୀଘ୍ର ଇଡି ଐଶ୍ୱର୍ଯ୍ୟାଙ୍କୁ ପୁଣି ଏକ ନୂଆ ସମନ ପଠାଇବ ବୋଲି ଜଣାପଡିଛି । ଇଡି ଏହି ମାମଲାରେ (ପିଏମଏଲଏ) ମନି ଲଣ୍ଡ୍ରିଂ ଧାରା ୨୦୦୨ ଅଧିନରେ ଏକ ମାମଲା ରୁଜ୍ଜୁ କରିଛି ।

ସୂଚନା ମୁତାବକ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ପୂର୍ବରୁ ମଧ୍ୟ ଦୁଇଥର ଡକାଯାଇଥିଲା, କିନ୍ତୁ ଉଭୟ ଥର ସେ ନୋଟିସକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ୨୦୧୬ରେ ପାନାମା ପେପର୍ସ ଲିକ୍ ମାମଲାରେ ଏକ କମ୍ପାନୀର ଆଇନଗତ ଡକ୍ୟୁମେଣ୍ଟର ଗୋପନୀୟ ତଥ୍ୟା ଲିକ୍ ହୋଇଥିଲା । ଏହି ଲିକ୍‌ ଘଟଣା ପରେ ୪୨୪ ଜଣ ଭାରତୀୟଙ୍କ ବିଦେଶୀ ବ୍ୟାଙ୍କରେ ଆକାଉଣ୍ଟ ଥିବା କଥା ସାମ୍ନାକୁ ଆସିଥିଲା । ଏଥିରେ କିଛି ରାଜନେତାଙ୍କ ସମେତ ବଡ ବଡ ଫିଲ୍ମ ଷ୍ଟାରଙ୍କ ନାଁ ମଧ୍ୟ ସାମିଲ ଥିଲା ।

@ANI

Last Updated : Dec 20, 2021, 12:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.