ETV Bharat / sitara

ଇମରାନଙ୍କୁ ଦରକାର ଗ୍ୟାସ ମାସ୍କ !

author img

By

Published : Nov 24, 2019, 2:25 AM IST

ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ଚେହେରେ’ର ସୁଟିଂରେ ଖୁବ୍ ବ୍ୟସ୍ତ ଇମ୍ରାନ ହାସମୀ । ଶୁକ୍ରବାର ସେ ଦିଲ୍ଲୀ ଗସ୍ତ କରିଥିଲେ । ଆଉ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଲେଖିଥିଲେ ମଜାଦାର କମେଣ୍ଟ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇମରାନ ହାସମୀ

ମୁମ୍ବାଇ: ବି-ଟାଉନର ସିରିୟଲ କିସର ଇମ୍ରାନ ହାସମୀ ବର୍ତ୍ତମାନ ନିଜର ଅପକମିଂ ଫିଲ୍ମ ‘ଦ ବଡି’କୁ ନେଇ ଚର୍ଚ୍ଚାରେ । ଫିଲ୍ମରେ ପ୍ରଥମଥର ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ବିଶିଷ୍ଟ ଅଭିନେତା ଋଷି କପୁର । ନିକଟରେ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ ହୋଇ ଦର୍ଶକଙ୍କୁ ଖୁବ୍ ଡରାଇଥିଲା । ଏହି ଫିଲ୍ମର ଏକ ରୋମାଣ୍ଟିକ, ହରର, ଡ୍ରାମା ଫିଲ୍ମ । ଇତିମଧ୍ୟରେ ସେ ନିଜର ଆଉ ଏକ ଚର୍ଚ୍ଚିତ ଫିଲ୍ମ 'ଚେହେରେ'କୁ ନେଇ ମଧ୍ୟ ବ୍ୟସ୍ତ ।

'ଚେହେରେ'ର ଶେଷ ସିଡ୍ୟୁଲ ସୁଟିଂ ପାଇଁ ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଥିଲେ ଇମdରାନ । କିନ୍ତୁ ଲାଗୁଛି ଯେ ଦିଲ୍ଲୀ-ଏନସିଆରର ପ୍ରଦୂଷଣ ବାୟୁରେ ସୁଟିଂ ପାଇଁ ଇମରାନଙ୍କୁ ଗ୍ୟାସ ମାସ୍କ ପିନ୍ଧିବାକୁ ପଡିବ । ଏକଥା ଆମେ କହୁନାହୁଁ ଏହା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡିଛି ।

ସେ ଶୁକ୍ରବାର ଇନଷ୍ଟାଗ୍ରାମରେ ନିଜର ଏକ ବ୍ଲାକ ଆଣ୍ଡ ହ୍ବାଇଟ ଫଟୋ ସେୟାର ଥିଲେ । ଏହି ଫଟୋଟି ତାଙ୍କ ଦିଲ୍ଲୀ ଯାତ୍ରା ସମୟର । ଫଟୋର କ୍ୟାପସନରେ ସେ ଲେଖିଥିଲେ, ‘ଚେହେରେର ଶେଷ ସିଡ୍ୟୁଲ ପାଇଁ ଦିଲ୍ଲୀ । ପୋଲାଣ୍ଡ ପାଇଁ ଫ୍ଲାଇଟ । ଗୋଟିଏ ପାଇଁ ମତେ ଗ୍ୟାସ ମାସ୍କ, ଆଉ ଦ୍ବିତୀୟ ପାଇଁ ମତେ ନର୍ଥ ଫେସର ମୋଟା ଜ୍ୟାକେଟର ଆବଶ୍ୟକ ଅଛି ।’

ସେ ଦିଲ୍ଲୀରେ କିଛି ସୁଟିଂ ପୂରଣ କରି ପୋଲାଣ୍ଡକୁ ଯାତ୍ରା କରିବେ । ରୁମୀ ଜାଫରୀଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଥ୍ରିଲର ଫିଲ୍ମରେ ଅମିତାଭ ବଚ୍ଚନ, କ୍ରିତି ଖରବନ୍ଦା, ରିୟା ଚକ୍ରବର୍ତ୍ତୀ ଓ ଅନ୍ନୁ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ । ପ୍ରଥମଥର ଅମିତାଭଙ୍କ ସହ କାମ କରିବାକୁ ନେଇ ଖୁବ୍ ଉତ୍ସାହିତ ଇମରାନ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.