ETV Bharat / sitara

ଏକତାଙ୍କୁ ମିଳିଲା ଦୁଷ୍କର୍ମ ଧମକ, ବିବାଦରେ ତାଙ୍କ ୱେବ ସିରିଜ

author img

By

Published : Jun 7, 2020, 5:22 AM IST

ସୋସିଆଲ ମିଡିଆରେ କିଛି ଦିନ ହେବ ଟିଭି କୁଇନ ଏକତା କପୁରଙ୍କୁ ନେଇ ବିବାଦ । ଏବେ ତାଙ୍କୁ ମିଳୁଛି ହତ୍ୟାପୂର୍ଣ୍ଣ ଧମକ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କପୁର

ମୁମ୍ବାଇ: ଫିଲ୍ମ ଓ ଟିଭିର ଫେମସ ନିର୍ମାତା ଏକତା କପୁରଙ୍କ ନେଇ କିଛି ଦିନ ହେବ ସବୁ ମହଲରେ ଚର୍ଚ୍ଚା । ତାଙ୍କ ସମାଲୋଚନା ସବୁ ଆଡେ ଦେଖିବାକୁ ମିଳୁଛି । ନିକଟରେ ତାଙ୍କ ୱେବ ସିରିଜ ‘ଟ୍ରିପଲ ଏକ୍ସ ସିଜନ 2’ର ଏପିସୋଡ ‘ପ୍ୟାର ଔର ପ୍ଲାଷ୍ଟିକ’କୁ ନେଇ ସୃଷ୍ଟି ହୋଇଥିବା ବିବାଦ । ଯାହାକୁ ଆଧାର କରି ତାଙ୍କ ନାମରେ ଏଫଆଇଆର ମୁମ୍ବାଇ ଖାର ପୋଲିସ ଷ୍ଟେସନ, ହାଇଦ୍ରାବାଦ ସାଇବର କ୍ରାଇମ ଷ୍ଟେସନରେ ରୁଜୁ ହୋଇସାରିଛି ।

ଖାଲି ଏତିକି ନୁହେଁ ଭାରତୀୟ ସେନା ସୁରକ୍ଷା ବାହିନୀରେ ମଧ୍ୟ ତାଙ୍କ ୱେବ ସିରିଜକୁ ନେଇ ଚହଳ । ଇତିମଧ୍ୟରେ ତାଙ୍କୁ ସୋସିଆଲ ମିଡିଆରେ ଧମକ ମଧ୍ୟ ମିଳିବା ଆରମ୍ଭ ହୋଇଯାଇଛି ।

ଏହି ଧମକରେ ତାଙ୍କୁ ଦୁଷ୍କର୍ମ ଓ ହତ୍ୟା ଭଳି ଧମକ ଦିଆଯାଉଛି । ଯାହାର ଅଭିଯୋଗ ମୁମ୍ବାଇ ପୋଲିସ ପାଖରେ କରାଯାଇଛି ।

ପ୍ରକାଶ ଥାଉକି ତାଙ୍କ ୱେବ ସିରିଜକୁ ନେଇ ଅଭିଯୋଗ ହୋଇଛି ଯେ ଏହି ୱେବ ସିରିଜ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଭାବମୂର୍ତ୍ତିକୁ ଆହତ କରିଛି । ଏହି ବିବାଦ ଛୋଟ ପରଦାର ରିୟାଲିଟି ଶୋ ବିଗ ବସ 13ରେ ନଜର ଆସିସାରିଥିବା ହିନ୍ଦୁସ୍ତାନୀ ଭାଉଙ୍କ ଦ୍ବାରା ସୃଷ୍ଟି ହୋଇଥିଲା । ଯାହା ଏବେ ଏକତାଙ୍କ ପାଇଁ ବଡ ସମସ୍ୟା ସାଜିଛି । ସେ ନିକଟରେ ମୁମ୍ବାଇର ଖାର ପୋଲିସ ଷ୍ଟେସନରେ ଏକତା ଓ ଶୋଭାଙ୍କ ନାମରେ ଏହି ଅଭିଯୋଗ ଦାଖଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.