ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଇଡି ଚଳଚ୍ଚିତ୍ର ନିର୍ମାତା ଦୀନେଶ ଭୀଜନଙ୍କ ଘରେ ଏବଂ କାର୍ଯ୍ୟାଳୟରେ ସର୍ଚ୍ଚ ଅପରେସନ ଜାରି ରଖିଛି । ସୁଶାନ୍ତ, ଦୀନେଶ ଭୀଜନଙ୍କ ସହ ‘ରାବତା’ ଫିଲ୍ମରେ କାମ କରିଥିଲେ। ଏଥିରେ ସୁଶାନ୍ତଙ୍କ ସହ କ୍ରିତି ସାନନ୍ ବି ନଜର୍ ଆସିଥିଲେ । ଏହି ଚଳଚ୍ଚିତ୍ରକୁ ନେଇ ଦିଆଯାଇଥିବା ଅର୍ଥକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନାନୁସାରେ, ସୁଶାନ୍ତଙ୍କୁ 2016 ରେ ଭୀଜନ ପେମେଣ୍ଟ କରିଥିଲେ। ଏ ବାବଦରେ ଇଡି ଦୁଇଥର ଭୀଜାନଙ୍କୁ ପ୍ରଶ୍ନ କରିଛି। ଇଡି ଏକ ଡକ୍ୟୁମେଣ୍ଟ ଏବଂ ସୁଶାନ୍ତଙ୍କ ଦସ୍ତଖତ ରାଶି ସହ ଜଡିତ ଅନ୍ୟାନ୍ୟ ସୂଚନା ମାଗିଥିଲେ। ସୁଶାନ୍ତଙ୍କ ମାମଲାରେ ପୂର୍ବରୁ ଶ୍ରୁତି ମୋଦୀ ଏବଂ ଉଦୟ ସିଂ ଗୌରୀଙ୍କୁ ମଧ୍ୟ ଇଡି ପ୍ରଶ୍ନ କରିଛି। ଉଦୟ ସିଂ ଗୌରୀ ସୁଶାନ୍ତଙ୍କ ଆକାଉଣ୍ଟ ପରିଚାଳନା କରୁଥିଲେ। ଅନ୍ୟପକ୍ଷେ ଇଡି ଏହି ଅନୁସନ୍ଧାନରେ ରିୟା ଏବଂ ଅନ୍ୟମାନଙ୍କ ବିରୋଧରେ କୌଣସି ସନ୍ଦେହଜନକ ପ୍ରମାଣ ପାଇ ନାହିଁ।
ପ୍ରକାଶଥାଉକି, ରାବତା ଫିଲ୍ମ 9 ଜୁନ୍ 2017 ରେ ରିଲିଜ୍ ହୋଇଥିଲା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭାବେ ଦୀନେଶ ଡେବ୍ୟୁ କରିଥିଲେ। ଏହା ଏକ ରୋମାଣ୍ଟିକ୍ ଆକ୍ସନ୍ ଫିଲ୍ମ ଥିଲା । ଫିଲ୍ମରେ ସୁଶାନ୍ତ ଏବଂ କ୍ରିତିଙ୍କ ବ୍ୟତୀତ ଜିମ ସରଭ୍, ରାଜକୁମାର ରାଓ ଏବଂ ବରୁଣ ଶର୍ମା ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ।