ETV Bharat / sitara

ଘୁଞ୍ଚିଲା ଗ୍ରାମୀ ପୁରସ୍କାର ସମାରୋହ

author img

By

Published : Jan 6, 2021, 2:03 PM IST

ସଙ୍ଗୀତ ଦୁନିର ସବୁଠାରୁ ବଡ ପୁରସ୍କାର ଗ୍ରାମୀ ସମାରୋହଙ୍କୁ ନେଇ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ଜାନୁଆରୀରେ ନୁହେଁ ମାର୍ଚ୍ଚରେ ହେବ ଏହାର ଆୟୋଜନ । ନିରାଶ ଦର୍ଶକ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ୱାଶିଂଟନ: ପୁଣି ଘୁଞ୍ଚିଲା 2021 ଗ୍ରାମୀ ପୁରସ୍କାର ସମାରୋହ । ପୂର୍ବରୁ ସ୍ଥିର ହୋଇଥିଲା ଯେ ଏମାସ 31ରେ ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଥାଆନ୍ତା । ହେଲେ ବଢୁଥିବା କୋରୋନା ସଂକ୍ରମିତ ଏବଂ ମୃତ୍ୟୁ ହେତୁ ମାର୍ଚ୍ଚରେ ଆୟୋଜନ ହେବ ସମାରୋହ ବୋଲି ଶୁଣିବାକୁ ମିଳୁଛି। ରେକର୍ଡିଂ ଏକାଡେମୀ ମଙ୍ଗଳବାର ସୂଚନା ଦେଇ କହିଥିଲେ ଏହି ପୁରସ୍କାର ସମାରୋହ ଜାନୁଆରୀ 31 ପ୍ରସାରଣ ପରିବର୍ତ୍ତେ ମାର୍ଚ୍ଚକୁ ସ୍ଥାନାନ୍ତରିତ କରାଯାଇଛି ।

ଗ୍ରାମୀ ପୁରସ୍କାର ସମାରୋହ ଲସ୍ ଆଞ୍ଜେଲସରେ ଷ୍ଟାପଲେସ୍ ସେଣ୍ଟରରେ ଅନୁଷ୍ଠିତ ହେବ । କାଲିଫର୍ଣ୍ଣିଆରେ ସଙ୍କଟର କେନ୍ଦ୍ରସ୍ଥଳ ଥିବା ଲସ୍ ଆଞ୍ଜେଲସ୍ କାଉଣ୍ଟି 10 ହଜାର କୋରୋନା ମୃତ୍ୟୁକୁ ଅତିକ୍ରମ କରିସାରିଛି ଏବଂ କାଲିଫର୍ଣ୍ଣିଆରେ 40 ଶତକଡା ମୃତ୍ୟୁ ଘଟିଛି। ସେହିପରି 25 ହଜାର ମୃତ୍ୟୁ ସଂଖ୍ୟାରେ ପହଞ୍ଚିବାରେ ଏହା ତୃତୀୟ ରାଜ୍ୟ ସାବ୍ୟସ୍ତ ହୋଇଛି ।

ତେଣୁ ଏହାକୁ ଦୃଷ୍ଟିରେ ରଖି ଗ୍ରାମୀ ପୁରସ୍କାର ସମାରୋହକୁ ଘୁଞ୍ଚାଇବାକୁ ସ୍ଥିର କରିଥିଲେ ରେକର୍ଡିଂ ଏକାଡେମୀ । ପ୍ରକାଶ ଥାଉକି ଏଥର ସମାରୋହରେ ହୋଷ୍ଟ କରିବେ ପପୁଲାର ହଲିଉଡ କମେଡିଆନ ଟ୍ରେଭର୍ ନୋହା । ଯାହାକୁ ନେଇ ସେ ଉତ୍ସାହିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.