ମୁମ୍ବାଇ: ନିକଟରେ କୋରୋନା ସଂକ୍ରମିତ ହୋଇଥିଲେ ସେକ୍ସି ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏବେ ସୁସ୍ଥ ଅଛନ୍ତି ଅଭିନେତ୍ରୀ । ତାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ଯାହାକୁ ନେଇ ଫ୍ୟାନ୍ସଙ୍କ ଖୁସି ନକହିଲେ ସରେ । ଇତିମଧ୍ୟର ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ନୂଆ ଭିଡିଓ । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ଏକ ସୁନା ଅଳଙ୍କାର ବ୍ରାଣ୍ଡର । ଯାହାକୁ ସୁଟିଂ ସେଟରୁ ସେ ସେୟାର କରିଛନ୍ତି। ନିକଟରେ ରିଲିଜ ହୋଇଥିଲା ଏହି ଭିଡିଓ ।
- " class="align-text-top noRightClick twitterSection" data="
">
ଏହି ଭିଡିଓରେ ତାଙ୍କ ସହ ଅମିତାଭ ବଚ୍ଚନ, ଜୟ ବଚ୍ଚନ ମଧ୍ୟ ନଜର ଆସିଥିଲେ । ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ଏହାର କିଛି ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ବୋହୂ ବେଶ୍ ଦେଖିବାକୁ ମିଳୁଛି । ଭିଡିଓରେ କ୍ୟାଟ ଟିମ ସହ ତାସ୍ ଖେଳୁଥିବାର ମଧ୍ୟ ନଜର ଆସଛନ୍ତି ।
ଯଦି କ୍ୟାଟଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ । ବର୍ତ୍ତମାନ କୋରୋନା ପ୍ରକୋପ ପାଇଁ ଫିଲ୍ମର ରିଲିଜକୁ ସ୍ଥଗିତ ରଖିଛନ୍ତି ମେକର୍ସ । ସେହିପରି ତାଙ୍କୁ ଆଉ ଏକ ହରର କମେଡି ଫିଲ୍ମ ‘ଭୂତ ପୋଲିସ’ରେ ଦେଖିବାକୁ ମିଳିବ । ଯେଉଁଥିରେ ତାଙ୍କ ସହ ଇଶାନ ଖଟ୍ଟର ଓ ସିଦ୍ଧାନ୍ତ ଚତୁର୍ବେଦୀ ନଜର ଆସିବେ । ଖାଲି ଏତିକି ନୁହେଁ ସୁପରଷ୍ଟାର ସଲମାନ ଖାନଙ୍କ ସହ ‘ଟାଇଗର 3’କୁ ନେଇ ବ୍ୟସ୍ତ ଅଛନ୍ତି ଅଭିନେତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ