ETV Bharat / sitara

ବଲିଉଡ କୁଇନଙ୍କୁ ଦେଶ ସେବା କରିବାକୁ କହିଲେ ଡ୍ରାମା କୁଇନ

author img

By

Published : Apr 29, 2021, 1:07 PM IST

ରାକ୍ଷୀ କୋରୋନା ସଚେତନା ବାର୍ତ୍ତା ଦେବା ସହ କଙ୍ଗନାଙ୍କ ପାଇଁ କହିଛନ୍ତି ଖାସ୍ କଥା । ଭାଇରାଲ ହେଉଛି ତାଙ୍କ ନୂଆ ଭିଡିଓ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ବିନ୍ଦାସ ଅନ୍ଦାଜ ସବୁବେଳେ ଫ୍ୟାନ୍ସଙ୍କ ମନ କିଣିଥାଏ । ଏଥର ମଧ୍ୟ ସେ ଭିନ୍ନ ଅନ୍ଦାଜ ପାଇଁ ଚର୍ଚ୍ଚାରେ । ଭାଇରାଲ ହେଉଛି ତାଙ୍କ ନୂଆ ଭିଡିଓ । ଯେଉଁଥିରେ ସେ କିପରି କୋରୋନାକୁ ହରାଇବା କଥା କହୁଥିବାର ନଜର ଆସୁଛନ୍ତି । ଏହାସହ ସେ ବି-ଟାଉନର କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତଙ୍କୁ ଦେଶ ସେବା କରିବାକୁ ଉପଦେଶ ଦେଉଥିବା ଦେଖାଯାଉଛନ୍ତି ।

କଥାଟି ହେଲା ଯେ ଫ୍ୟାନକ୍ଲବ ପେଜରେ ସେୟାର ହୋଇଥିବା ଭିଡିଓରେ ରାକ୍ଷୀଙ୍କୁ ଯେତେବେଳେ ମିଡିଆ ପଚାରୁଛି କି କଙ୍ଗନା ଅକ୍ସିଜେନ ଅଭାବ କଥା କହୁଛନ୍ତି । ମୋଦି ସରକାର ଠିକ୍ କି ନାହିଁ ବୋଲି ଜଣାଉଛନ୍ତି । ତେବେ ରାକ୍ଷୀ ସଙ୍ଗେ ସଙ୍ଗେ ଏହାର ଉତ୍ତରରେ କହୁଛନ୍ତି, ‘କଙ୍ଗନା ଏମିତି କହୁଛନ୍ତି ତେବେ ତାଙ୍କୁ ଦେଶର ସେବା କରିବାର ଆବଶ୍ୟକ ଅଛି । ତାଙ୍କ ପାଖରେ କୋଟି କୋଟି ଟଙ୍କା ଅଛି ସେ ଅକ୍ସିଜେନ କିଣି ଲୋକଙ୍କୁ ଦେବା କଥା । ଯେମିତି ଆମେ କରୁଛୁ ।’

ସେପଟେ ରାକ୍ଷୀଙ୍କ ଏହି କଥା ଶୁଣି ସେଠାରେ ଥିବା ମିଡିଆ ମଧ୍ୟ ହସୁଛି । କଙ୍ଗନାଙ୍କ ବ୍ୟତୀତ ରାକ୍ଷୀ ସମସ୍ତଙ୍କୁ ହ୍ୟାଣ୍ଡ ସାନିଟାଇଜିଂ ଏବଂ ଡବଲ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି । କୋରୋନାକୁ ବଡ ହେବାକୁ ଦିଅନାହିଁ ବୋଲି ସେ କହିଛନ୍ତି । ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.