ETV Bharat / sitara

ମିଲିନ୍ଦଙ୍କ ପ୍ଲାଜମା ନେବାକୁ ମନା କଲେ ଡାକ୍ତର, ନିରାଶ ହେଲେ ଅଭିନେତା

author img

By

Published : May 18, 2021, 7:56 AM IST

ମିଲିନ୍ଦ ସୋମନଙ୍କୁ ନେଇ ନୂଆ ଚର୍ଚ୍ଚା । ପ୍ଲାଜମା ଦାନ କରିବାକୁ ଯାଇଥିବା ମିଲିନ୍ଦଙ୍କୁ କରିବାକୁ ପଡିଲା ନିରାଶର ସାମ୍ନା । ଡାକ୍ତର ଗ୍ରହଣ କଲେନି ତାଙ୍କ ପ୍ଲାଜମା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ

ମୁମ୍ବାଇ: ନିକଟରେ କୋରୋନା ସଂକ୍ରମିତ ହୋଇଥିବା ମଡେଲ ତଥା ଅଭିନେତା ମିଲିନ୍ଦ ସୋମନ ପ୍ଲାଜମା ଦାନ କରିବା ଘୋଷଣା କରିଥିଲେ । ପ୍ଲାଜମା ଦାନ କରି ସେ ଅନ୍ୟ କୋରୋନା ରୋଗୀଙ୍କୁ ସହଯୋଗର ହାତ ବଢାଇବାକୁ ଭାବିଥିଲେ । ହେଲେ ତାଙ୍କ ଏହି ସ୍ବପ୍ନ ବର୍ତ୍ତମାନ ସ୍ବପ୍ନରେ ରହିଯାଇଛି । କାରଣ ତାଙ୍କ ପ୍ଲାଜମା ନେବାକୁ ମନା କରିଦେଇଛନ୍ତି ଡାକ୍ତର । ନିରାଶ ହୋଇ ଘରକୁ ଫେରିଲେ ଅଭିନେତା ।

ଯାହାର ସୂଚନା ଦେଇ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, ‘ଆଜି ମୁମ୍ବାଇ ପ୍ଲାଜମା ଦାନ କରିବାକୁ ଯାଇଥିଲି । ହେଲେ ମୋର ଶରୀରର ସମ୍ପୂର୍ଣ୍ଣ ରୂପେ ଆଣ୍ଟିବଡି ହୋଇନାହିଁ । ପ୍ଲାଜମା ଥେରାପି 100 ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇନାହିଁ, ତଥାପି ଏହା ସହାୟକ ହେବ ବୋଲି ବିଶ୍ବାସ କରାଯାଏ । ତେଣୁ ମୁଁ ଭାବିଲି ଯେ ନିଜେ ଯାହା କରିପାରିବି, ତାହା କରିବା ଉଚିତ୍ । ଆଣ୍ଟିବଡି କମ୍ ହେବାର ଅର୍ଥ ହେଲା ମୋ ଦେହରେ କୋରୋନାର ଲକ୍ଷଣ କମ୍ ଥିଲା । ଯାହାଦ୍ବାରା ମୁଁ ସଂକ୍ରମଣ ସହ ଲଢିପାରିବି ହେଲେ ଅନ୍ୟକୁ ପ୍ଲାଜମା ଦାନ କରିପାରିବି ନାହିଁ । ଏହାକୁ ନେଇ ମୁଁ ନିରାଶ ଅନୁଭବ କରୁଛି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.