ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଉଠୁଛି ବିଭିନ୍ନ ପ୍ରକାର ପ୍ରଶ୍ନ। କିଏ ଆତ୍ମହତ୍ୟା ତ ଆଉ କିଏ ହତ୍ୟାର ରୂପ ଦେବାରେ ଲାଗିଛନ୍ତି । କିନ୍ତୁ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟାଙ୍କୁ ପଚରାଉଚା ପରେ ସେ ନିଜେ ହିଁ ସୃଷ୍ଟି କରୁଛନ୍ତି ଅନେକ ପ୍ରଶ୍ନ ।
ରିୟାଙ୍କୁ ଜେରା ବେଳେ ସୁଶାନ୍ତ ତାଙ୍କୁ ଗତବର୍ଷ ପ୍ରୋପୋଜ କରିଥିବା ନେଇ କହିଥିଲେ । ଏହାପରେ ରିୟା ମଧ୍ୟ ତାଙ୍କୁ ପସନ୍ଦ କରନ୍ତି ବୋଲି କହିଛନ୍ତି । ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ବିହାରରେ ରିୟାଙ୍କ ନାମରେ ମାମଲା ରୁଜୁ ହେଇଛି । ମୁଜାଫାରପୁରରେ ଦାଖଲ ହୋଇଥିବା ହୋଇଥିବା ଯାଚିକାରେ ସୁଶାନ୍ତଙ ରିୟାଙ୍କୁ ଉସକାଇଥିବା କୁହାଯାଇଛି ।
18 ଜୁନ ରେ ତାଙ୍କୁ 9 ଘଣ୍ଟା ଜେରା କରାଯାଇଥିଲା । ରିୟା ତାଙ୍କ ବିଷୟରେ ଅଧିକ ତଥ୍ୟ ଦେଇ ପାରିବେ ବୋଲି ମୁମ୍ବାଇ ପୋଲିସ ଆଶା ରଖିଛି । କାରଣ ଦୁହେଁ 2020 ଶେଷ ସୁଦ୍ଧା ଦୁହେଁ ବିବାହ କରିବାର ଯୋଜନା କରିଥିଲେ । କିନ୍ତୁ ଦୁହିଁଙ୍କ ଭିତରେ ନିକଟରେ ଝଗଡା ହୋଇଥିଲା । ଏହାପରେ ସେ ସୁଶାନ୍ତଙ୍କ ଘରୁ ଚାଲିଆସିଥିବା କହିଥିଲେ । ଲକଡାଉନ ସମୟରେ ଦୁହେଁ ଏକାଠି ରହୁଥିଲେ ।