ମୁମ୍ବାଇ: ବୋଲ୍ଡ ଅଭିନେତ୍ରୀ ଦିଶା ପାଟନୀ ଫିଲ୍ମ ଠାରୁ ଅଧିକା ନିଜ ଲଭଲାଇଫକୁ ନେଇ ଚର୍ଚ୍ଚାରେ ଆସନ୍ତି । ସବୁବେଳେ ତାଙ୍କୁ ଆକ୍ସନ ହିରୋ ଟାଇଗର ଶ୍ରଫଙ୍କ ସହ ଦେଖିବାକୁ ମିଳିବେ । କିନ୍ତୁ ଏଯାବତ ଏହି ଲଭବାର୍ଡ ନିଜ ରିଲେସନଶିପ ବିଷୟରେ ଖୁଲାସା କରିନାହାଁନ୍ତି । ଭାରତ ଫିଲ୍ମରେ ସଲମାନ ଖାନଙ୍କ ‘ସ୍ଲୋ ମୋଶନ’ ସାଜିଥିବା ଦିଶାଙ୍କ ହାତରେ ଲାଗିଛି ଏକ ବଡ ପ୍ରୋଜେକ୍ଟ । ଯାହାକୁ ନେଇ ଦିଶାଙ୍କ ଖୁସି ନ କହିଲେ ସରେ ।
ଆଜ୍ଞା ହଁ, ସେ ଖୁବଶୀଘ୍ର ସଲମାନଙ୍କ ଅପକମିଂ ଫିଲ୍ମ ‘ରାଧେ: ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ କପ’ ଫିଲ୍ମରେ ନଜର ଆସିବେ । ଏଥର ସେ ସଲମାନଙ୍କ ହାଫ୍-ଗାର୍ଲଫ୍ରେଣ୍ଡ ନୁହେଁ ଫୁଲ୍-ଗାର୍ଲଫ୍ରେଣ୍ଡ ହୋଇ ରୋମାନ୍ସ କରୁଥିବାର ଦେଖାଯିବେ । ସେହିପରି ଫିଲ୍ମର ନିର୍ଦ୍ଦେଶନା କରିବେ ଅଭିନେତା, କୋରିଓଗ୍ରାଫର ଓ ନିର୍ଦ୍ଦେଶକ ପ୍ରଭୁଦେବା ।
ପ୍ରକାଶ ଥାଉକ ନଭେମ୍ବରରେ ଫିଲ୍ମର ସୁଟିଂ ଆରମ୍ଭ ହେବ । ‘ରାଧେ’ ଫିଲ୍ମଟି କୋରିୟାନ ଫିଲ୍ମ ‘the Outlaws’ର ହିନ୍ଦୀ ରିମେକ ଫିଲ୍ମ । ଏଯାବତ ଅଧିକାରୀ ରୂପେ ମେକର୍ସ କିମ୍ବା ନିର୍ମାତା ଫିଲ୍ମକୁ ନେଇ କୌଣସି ଘୋଷଣା କରିନାହାଁନ୍ତି ।
ଏବା ବ୍ୟତୀତ ଦିଶା ହ୍ୟାଣ୍ଡସମ ଅଭିନେତା ଆଦିତ୍ୟ ରାୟ କପୁରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ମଲଙ୍ଗ’ରେ ନଜର ଆସିବେ । ଅନ୍ୟପଟେ ସଲମାନ ବର୍ତ୍ତମାନ ନିଜ ବହୁ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।