ETV Bharat / sitara

ଡିସକଭରି ଚ୍ୟାନେଲର ନୂଆ ଚ୍ୟାଲେଞ୍ଜ, ପଢନ୍ତୁ

author img

By

Published : Mar 8, 2020, 3:50 AM IST

ଥଲାଇଭା ରଜନୀକାନ୍ତଙ୍କ ଆଗାମୀ ଶୋ ‘ମ୍ୟାନ ଭର୍ସେସ ୱାଇଲ୍ଡ’ ଦେଖିବା ପୂର୍ବରୁ ଦର୍ଶକଙ୍କୁ କରିବାକୁ ପଡିବ ଏମିତି କିଛି । ଚ୍ୟାଲେଞ୍ଜ ରଖିଲା ଡିସକଭରି ଚ୍ୟାନେଲ।

man vs wild episode telecast
ଫଟୋ ସୌଜନ୍ୟ: ଟ୍ବିଟର@ଡିସକଭରି ଚ୍ୟାନେଲ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତ ବିୟର ଗ୍ରିଲ୍ସଙ୍କ ସହ ‘ମ୍ୟାନ ଭର୍ସେସ ୱାଇଲ୍ଡ’ରେ ଖୁବ୍ ଶୀଘ୍ର ନଜର ଆସିବେ । ନିକଟରେ ଶୋର ମୋସନ ପୋଷ୍ଟର ରିଲିଜ ହୋଇଥିଲା । ଏହାସହ ଶୋ ଟେଲିକାଷ୍ଟ ହେବା ତାରିଖ ମଧ୍ୟ ଦର୍ଶକଙ୍କ ସାମ୍ନାକୁ ଆସିଯାଇଛି । ଆସନ୍ତା 23 ତାରିଖ ରାତି 8ରେ ଡିସକଭରି ଚ୍ୟାନେଲରେ ଟେଲିକାଷ୍ଟ ହେବ ଏହି ଶୋ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଡିସକଭରି ଚ୍ୟାନେଲ

ହେଲେ ରଜନୀଙ୍କ ଶୋ ଟେଲିକାଷ୍ଟ ହେବା ପୂର୍ବରୁ ଡିସକଭରି ଚ୍ୟାନେଲ ତରଫରୁ ଫ୍ୟାନ୍ସଙ୍କ ପାଇଁ ଏକ ଡାନ୍ସ ଚ୍ୟାଲେଞ୍ଜ ଦିଆଯାଇଛି। ଏକ ଭିଡିଓ ସେୟାର ଏହାର ସୂଚନା ଦେଇଛି ଚ୍ୟାନେଲ । ଯେଉଁଥିରେ ଗୋଟିଏ ଗୀତ ଶୁଣିବାକୁ ମିଳୁଛି । ଫ୍ୟାନ୍ସଙ୍କୁ ଏହି ଗୀତ ଡାଉନଲୋଡ କରି ନିଜ ଡାନ୍ସ ମୁଭ୍ସ ସହ ଭିଡିଓ #ThalaivaOnDiscoveryରେ ସେୟାର କରିବାକୁ ପଡିବ।

ଚ୍ୟାନେଲ ଟ୍ବିଟ କରି ସମସ୍ତଙ୍କୁ ଚ୍ୟାଲେଞ୍ଜରେ ଭାଗ ନେବାକୁ କହିଛି । ସେହିପରି ବିୟର ଗ୍ରିଲ୍ସ ଏହି ଟ୍ବିଟକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମତେ ମଧ୍ୟ ଏହି ଡାନ୍ସ ଚ୍ୟାଲେଞ୍ଜରେ ଗଣନ୍ତୁ।’

ପ୍ରକାଶ ଥାଉକି ଜାନୁଆରୀରେ ରଜନୀ କର୍ଣ୍ଣାଟକର ବାନ୍ଦୀପୁର ଟାଇଗର ରିଜର୍ଭରେ ସୁଟିଂ କରିଥିଲେ। ସେ ଦ୍ବିତୀୟ ଭାରତୀୟ ଯିଏ ‘ମ୍ୟାନ ଭର୍ସେସ ୱାଇଲ୍ଡ’ରେ ନଜର ଆସିବାକୁ ଯାଉଛନ୍ତି । ତାଙ୍କପୂର୍ବରୁ ଗତ ବର୍ଷ ଅଗଷ୍ଟରେ ପିଏମ ମୋଦି ଏହି ଶୋରେ ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.