ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପାଖାପାଖି 10 ମାସ ବିତିଗଲାଣି । ହେଲେ ଏଯାବତ ତାଙ୍କୁ ଭୁଲି ପାରୁନାହାଁନ୍ତି କେହି । ଫ୍ୟାନ୍ସଙ୍କଠୁ ନେଇ ବଲିଉଡର କିଛି ସେଲିବ୍ରିଟି ଆଜି ବି ତାଙ୍କୁ ଝୁରୁଛନ୍ତି । ଏଥର ତାଙ୍କୁ ମନେ ପକାଇ ଭାବବିହ୍ବଳ ହୋଇଉଠିଛନ୍ତି ନିର୍ଦ୍ଦେଶକ ଶେଖର କପୁର । ସେ ସୋସିଆଲ ମିଡିଆରେ ତାଙ୍କୁ ମିସ୍ କରିବା କଥା ଜଣାଇଛନ୍ତି ।
-
I miss exploring philosophy and physics with Sushant. For someone so young, his mind was incredibly agile. With amazing wisdom https://t.co/0rOw1leOTK
— Shekhar Kapur (@shekharkapur) April 13, 2021 " class="align-text-top noRightClick twitterSection" data="
">I miss exploring philosophy and physics with Sushant. For someone so young, his mind was incredibly agile. With amazing wisdom https://t.co/0rOw1leOTK
— Shekhar Kapur (@shekharkapur) April 13, 2021I miss exploring philosophy and physics with Sushant. For someone so young, his mind was incredibly agile. With amazing wisdom https://t.co/0rOw1leOTK
— Shekhar Kapur (@shekharkapur) April 13, 2021
ସେ ଜଣେ ଫ୍ୟାନଙ୍କ ଟ୍ବିଟକୁ ରିଟ୍ବିଟ କରି ଲେଖିଛନ୍ତି, ‘ମୁଁ ଦୁଃଖି ଯେ ମୁଁ ସୁଶାନ୍ତଙ୍କ ସହ ଦର୍ଶନ ଏବଂ ପଦାର୍ଥ ବିଜ୍ଞାନ ବିଷୟରେ ଆଲୋଚନା କରିପାରିଲି ନାହିଁ । ସେ ଜଣେ ଜ୍ଞାନୀ ବ୍ୟକ୍ତି ଥିଲେ ।’
ସେପଟେ ଶେଖରଙ୍କ ଏହି ଟ୍ବିଟ ପୁଣି ଫ୍ୟାନ୍ସଙ୍କୁ ଇମୋସନାଲ କରିଦେଇଛି । ତାଙ୍କ ଏହି ଟ୍ବିଟରେ କମେଣ୍ଟ କରି ଜଣେ ଫ୍ୟାନ ଲେଖିଛନ୍ତି, ‘ମୁଁ ଭାବୁନାହିଁ ଯେ ବର୍ତ୍ତମାନ ପିଢିର ଅଭିନେତାଙ୍କ ମଧ୍ୟରେ ଆମେ ତାଙ୍କ ପରି ବୁଦ୍ଧିମାନ ବ୍ୟକ୍ତିଙ୍କୁ ପାଇପାରିବା । ହୁଏତଃ ସେ ଏହି ଜଗତ ଛାଡିବା ପୂର୍ବରୁ ବିଶ୍ବ ତାଙ୍କୁ ବୁଝିପାରିଥାଆନ୍ତା।’
ଦ୍ବିତୀୟ ଫ୍ୟାନ ଲେଖିଛନ୍ତି, ‘ମୁଁ ପୁନରାବୃତ୍ତି କରୁଛି ସୁଶାନ୍ତଙ୍କ ପରି କୌଣସି ଅଭିନେତାଙ୍କ ପାଖରେ ଶିକ୍ଷା, ଜ୍ଞାନର ଗଭୀରତା ଏବଂ ବୁଝିବା ପାଇଁ ତାଙ୍କ ଭଳି ଗୁଣ ନାହିଁ ।’